ପ୍ରସଙ୍ଗ ଅନୁସାରେ ଆଞ୍ଚଳିକ ଦଳଙ୍କ ସହ ରହିବ  ବିଜେଡି : ଅମର ଶତପଥୀ

0

କଟକ:  ଦେଶରେ ଆଞ୍ଚଳିକ ଦଳଙ୍କ ପ୍ରଭାବ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ବିଜେପିର ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଞ୍ଚଳିକ ଦଳ ଜେଡିଏସ୍‌ର ମୁଖ୍ୟ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି । ଓଡିଶା ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର, ତାମିଲନାଡୁରେ ଆଞ୍ଚଳିକ ଦଳର ସରକାର ରହିଛି । କେବଳ ବିହାରରେ ଜେଡିୟୁକୁ ବିଜେପି ସମର୍ଥନ ଦେଉଛି । ମାତ୍ର ଆଞ୍ଚଳିକ ଦଳ ମାନେ  ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।  ପୂର୍ବରୁ  ନବୀନ ପଟ୍ଟନାୟକ ଓ ମମତା ବାନିର୍ଜୀଙ୍କର ସାକ୍ଷାତକାର ସମୟରେ ଆଞ୍ଚଳିକ ଦଳଙ୍କ  ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇଥିଲା । ବିଜେଡି ପ୍ରସଙ୍ଗ ଆଧାରରେ ଆଞ୍ଚଳିକ ଦଳଙ୍କ ସହ ରହିବ ମାତ୍ର  କାହା ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ ବୋଲି  ବିଜେଡିର ମୁଖ୍ୟ ସଚେତକ ତଥା ମୁଖପାତ୍ର ଅମର ଶତପଥୀ କହିଛନ୍ତି ।   ଓଡିଶାରେ ବିଜେଡିର ସ୍ଥିତି ବେଶ୍‌ ମଜବୁତ ଅଛି । ଦଳ ବହୁମତଠାରୁ ବହୁ ଅଧିକ ଆସନ ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ତେବେ ୨୦୧୭ ଏପ୍ରିଲ ମାସରେ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିଥିଲେ । ସେ ସମୟରେ ମେଣ୍ଟ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା ।  ଦେଶରେ ଧର୍ମନିରପେକ୍ଷ ଆଞ୍ଚଳିକ ଦଳ ଏକାଠି ହେବା ପାଇଁ ନବୀନଙ୍କୁ ଭେଟିବା ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।  ଆଞ୍ଚଳିକ ଦଳମାନେ ଶକ୍ତିଶାଳୀ ହେବା ଆବଶ୍ୟକ ବୋଲି ନବୀନ ବି କହିଥିଲେ । ଟିଆର୍‌ଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ . ଚନ୍ଦ୍ରଶେଖର ବି ତୃତୀୟ ସାମୁଖ୍ୟ ଗଠନ ପାଇଁ କହିଛନ୍ତି ।  ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରି ଧାର୍ମୀୟ ଶକ୍ତିକୁ ରୋକିବା ପାଇଁ ସମସ୍ତ ଧର୍ମ ନିରପେକ୍ଷ ତଥା ଆଞ୍ଚଳିକ ଦଳ ଏକାଠି ହେବା ପାଇଁ କହିଛନ୍ତି ପ୍ରକାଶ କରିଛନ୍ତି ।

ମାତ୍ର ନିର୍ବାଚନ ପାଇଁ  ଜାତୀୟସ୍ତରରେ ବିଜେଡି କାହାସହ ମେଣ୍ଟ କରିବ ନାହିଁ ବୋଲି ବିଜେଡି ମୁଖାପାତ୍ର ଅମର ଶତପଥୀ ପ୍ରକାଶ କରିଛନ୍ତି । ଓଡିଶାରେ ଦୃଶ୍ୟପଟ ଅଲଗା ଅଛି । ଏଠାରେ ନିର୍ବାଚନ ବାତବରଣ ଭିନ୍ନ । ବିଜେଡି ସହ ଓଡିଶାବାସୀ ରହିଛନ୍ତି । ଏଥିପାଇଁ  ଦଳ ଅନ୍ୟଦଳ ସହ ହାତ ମିଳାଇବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ କେବଳ ପ୍ରସଙ୍ଗ ଅନୁସାରେ ଦଳ ଅନ୍ୟ ଦଳଙ୍କୁ ସମର୍ଥନ ଦେବ ବା ସେମାନଙ୍କ ସହ ରହିବ ଅମର ସୂଚନା ଦେଇଛନ୍ତି  । ବିଜେଡି ଅନ୍ୟ କାହା ସହ ମେଣ୍ଟ କରିବା ପାଇଁ ସମ୍ପୂର୍ଣ୍ଣ ଅନିଚ୍ଛୁକ ବୋଲି ଜଣା ପଡୁଛି । ପଞ୍ଚାୟତ ନିର୍ବାଚନରେ ଦଳ ସାମାନ୍ୟ  ହତାଶ ହୋଇଥିବା ବେଳେ ବିଜେପୁର ନିର୍ବାଚନରେ  ବିଜେଡିର ପ୍ରାର୍ଥୀ ବିପୁଳ ବ୍ୟବଧାନରେ ଜିତିବା ପରେ ଦଳର ଆତ୍ମ ବିଶ୍ୱାସ ଅଧିକ ବୃଦ୍ଧି ପାଇଛି ।

ଓଡ଼ିଶାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ୨୦୧୯ ନିର୍ବାଚନ ପରେ ଓଡିଶାରେ କର୍ଣ୍ଣାଟକ ପରିସ୍ଥିତି ଉତ୍ପନ ହେଲେ ବିଜେଡି ସହ କଂଗ୍ରେସ ହାତ ମିଳାଇ ପାରେ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ବିଜେପିକୁ ଶାସନ ଗାଦିରୁ ଦୂରରେ ରଖିବା ପାଇଁ କଂଗ୍ରେସ ବିଜେଡିକୁ ସମର୍ଥନ କରିବାରେ ଅସୁବିଧା ନାହିଁ  କଂଗ୍ରେସ ନେତା ଶରତ ରାଉତ ବି ସୂଚନା ଦେଇଛନ୍ତି । ତେବେ ଓଡିଶାରେ ବିଜେଡି  ସ୍ପଷ୍ଟ ବହୁମତ ପାଇବ ବୋଲି  ବିଜେ ନେତାମାନେ ଆଶାବାଦୀ ଅଛନ୍ତି । ତେବେ ୨୦୧୯ ନିର୍ବାଚନ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।

Leave A Reply