www.samajalive.in
Wednesday, December 10, 2025
16.1 C
Bhubaneswar

ସାରା ରାତି ଜଙ୍ଗଲୀ ରାସ୍ତାରେ ଚାଲିଲେ ପୋଲିଂ ପାର୍ଟି ଅଧିକାରୀ

ଭୁବନେଶ୍ବର : ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଭଳି ଦ୍ୱିତୀୟ ପର୍ୟ୍ୟାୟରେ ମଧ୍ୟ ମାଓ ପ୍ରବଣ ଅଞ୍ଚଳରେ ପୋଲିଂ ପାର୍ଟିଙ୍କୁ ସମାନ ଅବସ୍ଥା ଭୋଗିବାକୁ ପଡିଛି ।  କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକର ୨ଟି ବୁଥର ପୋଲିଂ ପାର୍ଟିର ପ୍ରାୟ ୧୪ ଜଣ ଅଧିକାରୀଙ୍କୁ ୧୫କିମି ଜଙ୍ଗଲୀ ରାସ୍ତାରେ ଚାଲିବାକୁ ପଡିଛି । ପୋଲିଂ ପାର୍ଟି କର୍ମଚାରୀଙ୍କ ଫେରିବା ରାସ୍ତାରେ ମାଓବାଦୀମାନେ ଲୁଛି ରହି ଆକ୍ରମଣ ଯୋଜନା କରିବା ସହ ଗଛ କାଟି ପକାଇଥିଲେ । ଏନେଇ ସୂଚନା ମିଳିଲା ପରେ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଏକ ରାସ୍ତାରେ ଚାଲି ଚାଲି ଯିବା ପାଇଁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମାଓବାଦୀଙ୍କ ଭୟରେ ରାତିରେ ଲାଇଟ୍ ଓ ମୋବାଇଲ ଫୋନ ମଧ୍ୟ ବାରଣ କରାଯାଇଥିଲା। ସିଆର୍‌ପିଏଫ୍‌ ଯବାନମାନେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories