www.samajalive.in
Wednesday, December 10, 2025
16.1 C
Bhubaneswar

ରାହୁଲଙ୍କୁ କୋର୍ଟକୁ ଟାଣିବାକୁ ଧମକ ଦେଲେ ଲଳିତ ମୋଦୀ

ନୂଆଦିଲ୍ଲୀ: ‘ଚୋର’ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଯେତେ ସବୁ ଚୋର ରହିଛନ୍ତି ସେମାନଙ୍କ ନାମର ଶେଷ ନାମ(ସରନେମ୍‌) ବା ଟାଇଟଲ ‘ମୋଦୀ’ ରହିଛି ବୋଲି ରାହୁଲଙ୍କ ମନ୍ତବ୍ୟ ପରେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀ ତାଙ୍କ ନାଁରେ ମାମଲ ରୁଜୁ କରିବାକୁ ଧମକ ଦେଇଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ ପାଇଁ ଗତ ଗୁରୁବାର ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କଂଗ୍ରେସ ଅଧ୍ୟକ୍ଷଙ୍କ ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ।

ଲଳିତ ମୋଦୀ ଟ୍ବିଟ୍‌ କରି କହିଛନ୍ତି, ରାହୁଲଙ୍କ ନାଁରେ ଲଣ୍ଡର ଏକ କୋର୍ଟରେ ସେ ମାନହାନୀ ମକଦ୍ଦମା କରିବେ। ବାସ୍ତବତା ହେଲା ଗାନ୍ଧୀ ଫ୍ୟାମିଲି ଦେଶକୁ ୫୦ ବର୍ଷ ଧରି ଲୁଟିଆସୁଛନ୍ତି ବୋଲି ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ଲଳିତ ମୋଦୀ ପ୍ରଥମେ ଆଇପିଏଲ ଆରମ୍ଭ କରିଥିଲେ। ୨୦୧୦ରେ ତାଙ୍କୁ ଆଇପିଏଲ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ଆର୍ଥିକ ଅନିୟମିତା ଅଭିଯୋଗରେ ତାଙ୍କ ବିରୋଧ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ପରେ ଲଳିତ ମୋଦୀ ଦେଶ ଛାଡ଼ି ପଳାଇଥିଲେ। ୨୦୧୩ରେ ତାଙ୍କୁ ବିସିସିଆଇରୁ ଆଜୀବନ ବାସନ୍ଦ କରାଯାଇଥିଲା।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories