ବାସ୍ତୁ ଅନୁଯାୟୀ ବ୍ୟକ୍ତି ବହୁ ଉପାୟ ଅବଲମ୍ବନ କରି ଗୃହରେ ହସଖୁସିର ବାତାବରଣ ସର୍ବଦା ରଖିବାକୁ ଚେଷ୍ଟା କରିଥାଆନ୍ତି। ଭିନ୍ନ ଭିନ୍ନ ଉପାୟ ଦ୍ୱାରା ବ୍ୟକ୍ତି ଘରେ ଥିବା ସମସ୍ୟାର ସମାଧାନ ମଧ୍ୟ କରିଥାଆନ୍ତି। ସେହିପରି ବାସ୍ତୁଶାସ୍ତ୍ରରେ ଦର୍ପଣର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଦର୍ପଣ ସହ ଏପରି କିଛି ବାସ୍ତୁ ଟିପ୍ସ ଜଡ଼ିତ ରହିଛି, ଯାହାର ପ୍ରୟୋଗ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ବୋଲି କୁହାଯାଏ। ଜାଣନ୍ତୁ ଏହି ଟିପ୍ସ ଗୁଡ଼ିକୁ….
ଉନ୍ନତି ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଗୃହର ଉତ୍ତର ଓ ପୂର୍ବ ଦିଗରେ ଦର୍ପଣ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଗୃହରେ ଥିବା ଦର୍ପଣ ସର୍ବଦା ବଡ଼ ଓ ହାଲୁକା ହେବା ଉଚିତ।
ବାସ୍ତୁ ଅନୁଯାୟୀ, ଗୃହର ମୁଖ୍ୟଦ୍ୱାର ସମ୍ମୁଖରେ ଦର୍ପଣ ଲଗାନ୍ତୁ ନାହିଁ। ଆପଣ ଘରର ଅନ୍ୟାନ୍ୟ ଦରଜା ସମ୍ମୁଖରେ ବୃତ୍ତାକାର ଦର୍ପଣ ଲଗାଇବା ଦ୍ୱାରା ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିବ। ଧନର ମଧ୍ୟ ବୃଦ୍ଧି ହେବ।
ଶୋଇବା କକ୍ଷର ଦରଜା ସମ୍ମୁଖରେ ଦର୍ପଣ ଲଗାଇବା ମଧ୍ୟ ଲାଭଦାୟକ ଅଟେ।
ଏହି ଉପାୟରେ ଗୃହରେ ଲଗାନ୍ତୁ ଦର୍ପଣ, ଦୂର ହେବ ଆର୍ଥିକ ସସମ୍ୟା
Popular Categories



