www.samajalive.in
Wednesday, December 10, 2025
23.1 C
Bhubaneswar

ଚାକିରୀରେ ପଦୋନ୍ନତି ପରେ ଏ ଭୁଲ କରିବାରୁ ନିବୃତ୍ତ ରୁହନ୍ତୁ ନଚେତ୍‌ !

ବେଳେବେଳେ ଅନେକ ବ୍ୟକ୍ତି ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇଲା ପରେ କାର୍ଯ୍ୟ କରିବାରେ ଅବହେଳା କରନ୍ତି। ନିଜ କାର୍ଯ୍ୟକୁ ଠିକ ଭାବେ ନ କରି ଅନ୍ୟ ଉପରେ ନିର୍ଭର ହୋଇଯାଆନ୍ତି। ସେମାନେ ଭାବନ୍ତି ପଦୋନ୍ନତି ପରେ ସେମାନଙ୍କ କାର୍ଯ୍ୟ କମ ହୋଇଯାଇଛି। ମାତ୍ର ସେମାନେ ଭୁଲି ଯାଆନ୍ତି ଯେ ଏପରି କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରଭାବ ପଡିଥାଏ। ଯଦି ଆପଣ ସେହିପରି କିଛି ଭୁଲ କରିବାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଖୁବ ସତର୍କତାର ସହ କାର୍ଯ୍ୟ କରନ୍ତୁ। ଆସନ୍ତୁ ଜାଣିବା ପଦୋନ୍ନତି ପରେ କେଉଁ ଭୁଲ କରିବା ଉଚିତ ନୁହେଁ

ପଦୋନ୍ନତି ପରେ ଏହି ଭୁଲ କରିବାରୁ ନିବୃତ୍ତ ରୁହନ୍ତୁ :

- Advertisement -

ଟିମକୁ ଦୂରେଇ ଦିଅନ୍ତୁ ନାହିଁ : ମନେ ରଖନ୍ତୁ ଯେ ପଦୋନ୍ନତି ପରେ ଟିମ୍‌ ଆପଣଙ୍କ ଉପରେ ନିର୍ଭରଶୀଳ ହୋଇଯାଆନ୍ତି। ବିନା ଟିମ୍‌ ଦ୍ୱାରା ଆପଣ କୌଣସି କାମରେ ସଫଳତା ପାଇବା କଷ୍ଟକର ହୋଇଥାଏ। ତେଣୁ ଯେକୌଣସି କାମ କରିବା ବେଳେ ଟିମର ସାହାଯ୍ୟ ନିଅନ୍ତୁ। ସବୁବେଳେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ ଯେ ଟିମରେ କେବେ ହେଲେ ନିଜର ପ୍ରଶଂସା କରନ୍ତୁ ନାହିଁ ଏହା କରିବା ଦ୍ୱାରା ଆପଣଙ୍କ ପ୍ରତି ଅନ୍ୟମାନେ ଅସନ୍ତୋଷ ହେବେ।

ଅବହେଳା କରନ୍ତୁ ନାହିଁ : ଅନେକ ଥର ଦେଖାଯାଏ ଯେ ପଦୋନ୍ନତି ପରେ ବ୍ୟକ୍ତି କିଛି ମାତ୍ରାରେ ଅବହେଳା ପ୍ରଦର୍ଶନ କରିଥାନ୍ତି।  ବ୍ୟକ୍ତି ଭାବିଥାନ୍ତି ଯେ କାର୍ଯ୍ୟରେ ଅଳ୍ପ ଅବହେଳା କଲେ କିଛି କ୍ଷତି ହୋଇ ନଥାଏ। ଏହାର ପ୍ରଭାବ ଚାକିରୀରେ ପଡିଥାଏ। ତେଣୁ କାର୍ଯ୍ୟାଳୟରେ କାମ କଲାବେଳେ ଗମ୍ଭୀରତାର ସହ ମନ ଦେଇ କାର୍ଯ୍ୟ କରନ୍ତୁ।

ଅଧିକ ଦୃଢ ବିଶ୍ୱାସୀ ହୁଅନ୍ତୁ ନାହିଁ : କେବେ ହେଲେ ଭୁଲନ୍ତୁ ନାହିଁ ଯେ ଆପଣଙ୍କୁ ଭଲ କାମ ପାଇଁ ପଦୋନ୍ନତି ମିଳିଥାଏ। ନିଜ ଉପରେ ଅଧିକ ଦୃଢ ବିଶ୍ୱାସ ରଖି କାର୍ଯ୍ୟ କଲେ ବେଳେବେଳେ ଭୁଲ ହୋଇଯାଇଥାଏ। ଯେକୌଣସି କାର୍ଯ୍ୟ କଲେ ସ୍ଥିର ମନା ହୋଇ କାର୍ଯ୍ୟ କରନ୍ତୁ। ନିଜ ଉପରେ ବିଶ୍ୱାସ ରଖି କାମ କରିବା ଭଲ କିନ୍ତୁ ଅଧିକ ବିଶ୍ୱାସ କରିବା ଭଲ ନୁହେଁ। ଏପରି କରିବା ଦ୍ୱାରା ଭୁଲ ଯୋଗୁଁ ଆମର କ୍ଷତି ହୋଇପାରେ।

କାହାକୁ ଛୋଟ ଭାବନ୍ତୁ ନାହିଁ : ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଯେ ପଦୋନ୍ନତି ମିଳିବା ପରେ ନିଜଠାରୁ ସାନ କର୍ମଚାରୀଙ୍କୁ ଛୋଟ ଭାବନ୍ତି। ସେମାନଙ୍କୁ ଛୋଟ ଭାବି ତାଙ୍କ ଉପରେ ଆଙ୍ଗୁଠି ଉଠାଇ ଥାଆନ୍ତି। ନିଜେ କରିଥିବା ଭୁଲକୁ ତଳ ସ୍ତର କର୍ମଚାରୀଙ୍କ ଉପରେ ଲଦି ଦେଇଥାନ୍ତି। କେବେ ହେଲେ ଭୁଲନ୍ତୁ ନାହିଁ ଯେ ଆପଣ ମଧ୍ୟ ଦିନେ ସେହି କାର୍ଯ୍ୟରେ ନିୟୋଜିତ ଥିଲେ। ତେଣୁ କର୍ମକ୍ଷେତ୍ରରେ ସମସ୍ତଙ୍କୁ ସମାନ ଭାବିବା ଉଚିତ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories