ହନୁମାନ ଜୟନ୍ତୀ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ; ୩୦ ପ୍ଲାଟୁନ ପୁଲିସ ବଳ ନିୟୋଜିତ

ପୁଲିସର ଫ୍ଲାଗ ମାର୍ଚ୍ଚ

ସମ୍ବଲପୁର :  ବିଗତ ୨ ବର୍ଷ ଧରି ଚାଲିଥିବା କରୋନାର ସଙ୍କଟ ପରେ ଚଳିତ ବର୍ଷ ସମ୍ବଲପୁରର ଶ୍ରୀ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଭବ୍ୟ ରୂପେ ଏହାକୁ ପାଳନ କରିବାକୁ ପ୍ରାକ ପ୍ରସ୍ତୁତି କରାଯାଇଛି। ଏହି ଅବସରରେ ବିଗତ କିଛି ଦିନ ହେବ ସହରର ବିଭିନ୍ନ ସ୍ଥାନରେ ଝଣ୍ଡା ସ୍ଥାପନ, ଜୋନ୍ ସ୍ତରୀୟ ବୈଠକ, ମଟର ସାଇକେଲ ରାଲି ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ମଙ୍ଗଳବାର ଗୋବିନ୍ଦତୋଲା ଠାରୁ ଆରମ୍ଭ ହୋଇଥିବା ବିଶାଳ ମଟର ସାଇକେଲ ରାଲି ସମୟରେ ମୋତିଝରନ୍ ମସଜିଦ ସମ୍ମୁଖରେ ଦୁଇ ସମୁଦାୟ ମଧ୍ୟରେ ହୋଇଥିବା ଗଣ୍ଡୋଗଳିଆ ପରିସ୍ଥିତି ଯୋଗୁଁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ପଡିଥିଲା। ଏହାକୁ ନେଇ ହନୁମାନ ସମନ୍ୱୟ ସମିତି ପକ୍ଷରୁ ଟାଉନ ଥାନାରେ ଏଫଆଇଆର ଦିଆଯାଇ ହନୁମାନ ଜୟନ୍ତୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ଆୟୋଜନରେ ସହାୟତା କରିବା ପାଇଁ ପ୍ରଶାସନକୁ ନିବେଦନ କରାଯାଇଥିଲା।

prayash

ଏହି କ୍ରମରେ ବୁଧବାର ପୂର୍ବାହ୍ନରେ ପ୍ରଶାସନ ସହିତ ସମନ୍ୱୟ ସମିତି  ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ପୁଲିସ ପ୍ରଶାସନ ହନୁମାନ ଜୟନ୍ତୀ ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ନିମନ୍ତେ ସ୍ଥାନୀୟ ରିର୍ଜଭ ପୁଲିସ ଲାଇନ ଠାରେ ଅପରାହ୍ନରେ ଏକ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ଜିଲା ପୁଲିସ ପକ୍ଷରୁ ଆୟୋଜିତ କରାଯାଇଥିଲା। ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହନୁମାନ ଜୟନ୍ତୀ ଉତ୍ସବରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୦ ପ୍ଲାଟୁନ ପୁଲିସ ବଳ, ୧୫୦ ଜଣ ଏସଆଇ ଓ ଏଏସଆଇ, ୩୨ ଜଣ ଇନିସ୍ପେକ୍ଟର, ୧୧ ଜଣ ଡିଏସପି, ୨ ଜଣ ଅତିରିକ୍ତ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ୱତନ୍ତ୍ର ଭାବରେ ମୃତୟନ କରାଯାଇଛି । ସେହିଭଳି ହନୁମାନ ଶୋଭାଯାତ୍ରା ଯିବାକୁ ଥିବା ରାସ୍ତା ଗୁଡିକରେ ପୁଲିସ ପକ୍ଷରୁ ସନ୍ଧ୍ୟା ସମୟରେ ଫ୍ଲାଗ ମାର୍ଚ୍ଚ କରାଯିବା ସହିତ ସ୍ପର୍ଶକାତର ମୋତିଝରନ ଅଞ୍ଚଳରେ ୧୦ ପ୍ଲାଟୁନ ପୁଲିସ ବଳ ମୃତୟନ କରାଯାଇଥିବାର ଆରକ୍ଷୀ ଅଧିକ୍ଷକ ଗଙ୍ଗାଧର ସୂଚନା ଦେଇଛନ୍ତି।

kalyan agarbati

Comments are closed.