BJD Bijuli 480×75 Mob

ପୁଣି ଖାକିରେ କଳଙ୍କ, ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ ଏଏସ୍‌ଆଇ

BJD Bijuli 480×75 Mob

କଲମପୁର – ପୁଣି ଖାକି ପୋଷାକରେ ଲାଗିଲା କଳଙ୍କ । ଜଣେ ପୁଲିସ ଏ ଏସ୍ ଆଇ ଜଣେ ବ୍ୟକ୍ତିଙ୍କ ମାମଲାକୁ ରଫାଦଫା କରି ଦେବା ପାଇଁ କହି ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭାଜିଲାନ୍ସ  ବିଭାଗ ହାତରେ ଧରାପଡିଛନ୍ତି ।

ସୁଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ରେ କାର୍ଯ୍ୟରତ ଏ ଏସ ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଲୋହୋରାଜୋର ଗ୍ରାମର ପବିତ୍ର ନାଏକ ନାମକ ବ୍ୟକ୍ତିଙ୍କ ଠାରୁ ଏକ ମଦ କେସ୍ କୁ ରଫାଦଫ କରିବା ପାଇଁ ୭ ହଜାର ଟଙ୍କା ଦାବି କରିଥିଲେ । ପବିତ୍ର ୬ ହଜାର ଟଙ୍କା ଦେବାକୁ ରାଜି ହେଇଥିଲେ । ପୁର୍ବ ନିଷ୍ପତ୍ତି ମୁତାବକ ମଙ୍ଗଳବାର ଦିନ ଭବାନିପାଟଣା ରେ ଟଙ୍କା ଦେବାକୁ ଏ ଏସ ଆଇ ଶ୍ରୀ ପଟ୍ଟନାୟକ ପବିତ୍ର କୁ କହିଥିଲେ । ଏ ନେଇ ପବିତ୍ର ଭବାନିପାଟଣା ଭିଜିଲାନ୍ସ କୁ ସମସ୍ତ ବିବରଣୀ ଜଣାଇଥିଲେ । ଏହାପରେ ଭିଜିଲାନ୍ସ ବିଭାଗ ପୁଲିସ ବାବୁ ଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲେ । ପବିତ୍ର ଏ ଏସ ଆଇ ଶ୍ରୀ ପଟ୍ଟନାୟକ ଙ୍କୁ ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଏ ଏସ ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ ଙ୍କୁ ଉଭୟ ଭବାନିପାଟଣା ଓ ନୁଆପଡା ଭିଜିଲାନ୍ସ ଦଳ ଧରିବା ରେ ସଫଳ ହେଇଛନ୍ତି । ଏ ଏସ ଆଇ ଶ୍ରୀ ପଟ୍ଟନାୟକ ଙ୍କ ସମ୍ବନ୍ଧରେ ଅଧିକ ତଦନ୍ତ ଜାରି ରହିଛି ।

Comments are closed.