BJD Bijuli 480×75 Mob

 ନିଜକୁ ପୁଲିସ କହି ୭ ଲକ୍ଷ ଟଙ୍କା ଠକିବାକୁ ଚେଷ୍ଟା କରୁଥିବା ମହିଳା ଗିରଫ

BJD Bijuli 480×75 Mob
0

ମୁମ୍ବାଇ .-  ନିଜକୁ ପୁଲିସ ବୋଲି ପରିଚୟ ଦେଇ ୭ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ମହିଳାଙ୍କୁ ମହାରାଷ୍ଟ୍ରରେ ଗିରଫ କରାଯ।ଇଛି । ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କ ନାମରେ ଅପହରଣ ଓ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ଅପର୍ଣ୍ଣା ମନୋହର ମହାରେ ନାମକ ମହିଳା କହିଥିଲେ । ସେ ନିଜକୁ  ମହିଳା ପୁଲିସ ହିସାବରେ ପରିଚୟ ଦେଇଥିଲେ । ଏହାପରେ ଯୁବତୀ ଜଣଙ୍କୁ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ ।

ଅପର୍ଣ୍ଣା ମନୋହର ମହାରେଙ୍କୁ ପୁଲିସ ଗିରଫ କରିବାପରେ ଅଦାଲତରେ ହାଜର କରିଛି । ଅପର୍ଣ୍ଣା ପୁଲିସ ପୋଷାକରେ ଆସିବା ସହ ଯୁବତୀ ଜଣଙ୍କୁ ତାଙ୍କ ନାମରେ କେହି ଜଣେ ଚୋରୀ ଓ ଅପହରଣ ମାମଲା ରୁଜୁ କରିଥିବା କଥା କହିଥିଲେ । ପରେ ୭ ଲକ୍ଷ ଟଙ୍କା ଦେଲେ ଏହି ମାମଲା ରଫା ଦଫା କରି ଦେବେ ବୋଲି କହିଥିଲେ । ଭୟରେ ଯୁବତୀ ଜଣଙ୍କ ତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ । ୭ ଲକ୍ଷ ଟଙ୍କା ନୁହେଁ ୧ଲକ୍ଷ ଟଙ୍କା ହେଲେ ବି ମାମଲା ରଫା ଦଫା ହୋଇଯିବ ବୋଲି ସେ ଯୁବତୀ ଜଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।  ୧୦ ହଜାଟ ଟଙ୍କା ନେଇ , ପରେ ୧ ଲକ୍ଷ ଟଙ୍କା ଦାବି କରିବା ସମୟରେ  ଠାକମୀର ଶିକାର ହୋଇଥିବା ଯୁବତୀ ଜଣଙ୍କ  କଲ୍ୟାଣ ଥାନାକୁ ଯାଇଥିଲେ । ତାଙ୍କଠାରୁ ଟଙ୍କା ନେଇଥିବା ମହିଳାଙ୍କ ପରି କୌଣସି କର୍ମଚାରୀ ଥାନାରେ ନ ଥିବା କଥା ଜାଣିବା ପରେ ସେ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ସେଠାରେ ଠକାମୀର ଶିକାର ହୋଇଥିବା ଯୁବତୀ ଜଣଙ୍କ ତାଙ୍କ  ନାମରେ କୌଣସି ମାମଲା ରୁଜୁ ହୋଇ ନ ଥିବା କଥା ବି ଜାଣିଥିଲେ । ଏହାପରେ ପୁଲିସ ଅଭିଯୁକ୍ତମହିଳାଙ୍କୁ ଗିରଫ କରିଛି । ତାଙ୍କ ସହ ଥିବା ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି । ମହିଳା ଜଣଙ୍କ ଅନେକ ସ୍ଥାନରେ ନିଜକୁ ପୁଲସ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଘଟଣା ସାମ୍ନା କୁ ଆସିଛି ।

Leave A Reply