ଔଷଧୀୟ ପୋଦିନାପତ୍ର

0

ଭାରତୀୟ ଜଳବାୟୁରେ ପୋଦିନା ଗଛ ଭଲଭାବେ ବଢ଼ିବା ସହ ଏହାର ବିଭିନ୍ନ ପ୍ରଜାତି ଦୃଶ୍ୟମାନ ହୋଇଥାଏ। ଆୟୁର୍ବେଦରେ ପୋଦିନା ପତ୍ରର ଉପଯୋଗରେ ଔଷଧ ପ୍ରସ୍ତୁତ କରାଯାଏ। ପୋଷକତତ୍ତ୍ବରେ ଭରପୂର ପୋଦିନା ପତ୍ର ଭିଟାମିନ୍ ‘ସି’ର ଉତ୍ତମ ଉତ୍ସ ଭାବେ ଜଣାଯାଏ। ବିଭିନ୍ନ ବ୍ୟଞ୍ଜନରେ ଏହି ପତ୍ର ବ୍ୟବହାର କଲେ ଖାଦ୍ୟ ସୁସ୍ବାଦୁ ହେବା ସହ ତାହା ସ୍ବାସ୍ଥ୍ୟପ୍ରଦ ହୋଇଥାଏ।

୧ ଗିଲାସ ପାଣିରେ ୪-୫ଟି ପୋଦିନା ପତ୍ର ପକାଇ ତାହାକୁ ଫୁଟାଇ ପରେ ଥଣ୍ଡା କରନ୍ତୁ। ସେହି ପାଣିରେ କୁଳି କଲେ ମୁହଁର ଦୁର୍ଗନ୍ଧ ଦୂର ହୁଏ।

ଘରର ଚତୁଃପାର୍ଶ୍ବରେ ପୋଦିନା ତେଲ ଛିଞ୍ଚିଲେ ମଶା, ମାଛି, ପୋକ ଇତ୍ୟାଦି ହୋଇନଥାନ୍ତି। ଏହାର ବାସ୍ନାର ପ୍ରଭାବରେ ମଶାମାଛି ଦୂରେଇ ଯାଉଥିବାର ବିଶେଷଜ୍ଞଙ୍କ ମତ।

ନିୟମିତ ସକାଳବେଳା ପୋଦିନା ଚା’ ପିଇଲେ ତ୍ବଚା ସମସ୍ୟା ଓ ପେଟ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂର ହୋଇଥାଏ।

prayash

ପୋଦିନା ପାଣିକୁ ଫୁଟାଇ ବାମ୍ଫ ନେଲେ ତ୍ବଚା ପରିଷ୍କାର ହେବା ସହ ବ୍ରଣ ହୁଏନାହିଁ। ସପ୍ତାହକୁ ଥରୁଟିଏ ଏପରି କରନ୍ତୁ।

ହାକୁଟି ହେଉଥିଲେ ପୋଦିନା ପତ୍ର ଚୋବାଇଲେ ଲାଭ ମିଳିଥାଏ।

ପାଦ ଯନ୍ତ୍ରଣା ହେଉଥିଲେ, ନଖ ଉଷୁମ ପାଣିରେ ପୋଦିନା ପତ୍ର କିମ୍ବା ତେଲ ପକାଇ କିଛି ସମୟ ପାଦ ରଖିଲେ ଆରାମ ମିଳିଥାଏ।

କେଶରେ ରୁପି ସମସ୍ୟା ହେଉଥିଲେ ପୋଦିନା ପତ୍ରକୁ ବାଟି କେଶମୂଳରେ ଲଗାଇ ୧୫ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ।

Leave A Reply