ପତଞ୍ଜଳି ସହଭାଗିତାରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ସେବା ଆରମ୍ଭ କଲା ପିଏନବି
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ସହଭାଗିତାରେ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଆରମ୍ଭ କରିଛି। ଏହା ପିଏନବି ରୂପେ ଏବଂ ପିଏନବି ସିଲେକ୍ଟ ଭାବରେ ଉପଲବ୍ଧ ହେଉଛି। ଉଭୟ କାର୍ଡ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ସୁବିଧା ଏବଂ ଖର୍ଚ୍ଚ-ଆଧାରିତ ଛାଡ ସହିତ ଆସିଥାଏ। ଏହାକୁ ବ୍ୟବହାର କରି ଗ୍ରାହକମାନେ ସେମାନଙ୍କର ଅବଶ୍ୟକତା ମତେ ବିଭିନ୍ନ ପତଞ୍ଜଳି ଉତ୍ପାଦ କ୍ରୟ କରି କ୍ୟାସ ବ୍ୟାକ୍, ଲୟାଲଟି ପଏଣ୍ଟ, ଇନସୁରାନ୍ସ କଭର ଏବଂ ଅନ୍ୟାନ୍ୟ ସୁବିଧା ପାଇବେ। କାର୍ଡ ଲଞ୍ଚରୁ ତିନିମାସ ପର୍ଯ୍ୟନ୍ତ, କାର୍ଡଧାରୀମାନେ କାରବାର ପାଇଁ ଉପଯୁକ୍ତ ୨% କ୍ୟାସବ୍ୟାକ୍ ପାଇବେ।
ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି ଯେ ଏହି ସହଭାଗୀତାର ସମନ୍ୱୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ। ଏହା ଛାଡ ପତଞ୍ଜଳି ଉତ୍ପାଦଗୁଡିକର ୨୦-୫୦ ଦିନ ପାଇଁ ସୁଧମୁକ୍ତ କ୍ରୟ ସୁବିଧା ଦେବ।
ଯୋଗ ଗୁରୁ ସ୍ୱାମୀ ରାମଦେବଜୀ ଏହା ମଧ୍ୟ କହିଛନ୍ତି, “ବଦଳୁଥିବା ଜୀବନଶୈଳୀ ସହିତ ଲୋକମାନେ ଅନଲାଇନରେ ଉତ୍ପାଦ କିଣିବାକୁ ଅଧିକ ଇଚ୍ଛୁକ ଅଟନ୍ତି। ଏପରି ସମୟରେ, ପିଏନବି ଏବଂ ରୂପେ ସହିତ ଏହା ନୂତନ ବ୍ୟବହାରକାରୀଙ୍କ ମଧ୍ୟରେ କ୍ରେଡିଟ କାର୍ଡ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ।
ପିଏନବିର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅତୁଲ କୁମାର ଗୋଏଲ କହିଛନ୍ତି ଯେ “ରୁପେ ପ୍ଲାଟଫର୍ମରେ ପିଏନବି ପତଞ୍ଜଳି କୋବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ଘୋଷଣା କରିବା ଗ୍ରାହକ ଏବଂ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ। ଏହି ସହଯୋଗ ସହିତ ଆମର ଗ୍ରାହକଙ୍କ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ପାଇବାକୁ ଆମେ ଆଶା କରୁଛୁ।”
Comments are closed.