www.samajalive.in
Monday, December 15, 2025
24.1 C
Bhubaneswar

‘ଯଶୋଭୂମି’ରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶ୍ୱକର୍ମା ପୂଜା ଏବଂ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି। ରବିବାର ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ ହୋଇଛି। କୌଳିକ ବୃତ୍ତିକୁ ପ୍ରୋତ୍ସାହିତ ତଥା ସହଯୋଗ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନାମକ ଇଣ୍ଡିଆ ଇଣ୍ଟରନେସନାଲ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ଏକ୍ସପୋ ସେଣ୍ଟରର ଉଦ୍‌ଘାଟନ କରିଥିଲେ। ଏହାପରେ ସେଠାରେ ବିଶ୍ବକର୍ମା ଯୋଜନାର ଶୁଭାରମ୍ଭ କରିଛନ୍ତି। ଯଶୋଭୂମି କନ୍‌ଭେନ୍‌ସନ୍‌ ସେଣ୍ଟରରେ ୧୮ ଜଣ ବିଶ୍ବକର୍ମାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ମୋଦୀ ସେମାନଙ୍କ ସହ ଫଟୋ ଉଠାଇଛନ୍ତି। ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଗତଙ୍କୁ ବିଶ୍ୱକର୍ମା ପରିଚୟ ମିଳିବ। ଏଥିସହ ସରକାରଙ୍କ ପକ୍ଷରୁ ୫% ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ମୌଳିକ ଏବଂ ଉନ୍ନତ ପ୍ରଶିକ୍ଷଣ ଦିଆଯିବ। ୧୮ ବର୍ଗର କୌଳିକ ବୃତ୍ତିଧାରୀ ଏହି ଯୋଜନା ଦ୍ବାରା ଉପକୃତ ହେବେ। ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର।

ଯଦି ଆପଣ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ହେବାକୁ ଚାହାନ୍ତି କିମ୍ବା ଏ ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଯୋଜନାର ଅଫିସିଆଲ୍‌ ୱେବସାଇଟ୍‌ pmvishwakarma.gov.inକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ।

- Advertisement -

 

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories