www.samajalive.in
Thursday, December 11, 2025
27.1 C
Bhubaneswar

ଆରଆରକେ ଇଣ୍ଡୋର କ୍ରିକେଟ୍‌‌ ଏକାଡେମୀ ଲୋକାର୍ପିତ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ସିଉଳାଠାରେ ଆରଆରକେ ଇଣ୍ଡୋର କ୍ରିକେଟ୍‌‌ ଏକାଡେମୀ ନାମକ ଏକ ଅନ୍ତର୍ଜାତୀୟ ମାନର ଅତ୍ୟାଧୁନିକ ଘରୋଇ ଇଣ୍ଡୋର କ୍ରିକେଟ୍‌‌ ତାଲିମ ଅନୁଷ୍ଠାନ ରବିବାର ଲୋକାର୍ପିତ ହୋଇଯାଇଛି। ୧୨ହଜାର ବର୍ଗଫୁଟ୍‌‌ ଅଞ୍ଚଳରେ ନିର୍ମିତ ଏହି ଇଣ୍ଡୋର କ୍ରିକେଟ୍‌‌ ତାଲିମ ଅନୁଷ୍ଠାନକୁ ବରିଷ୍ଠ ଶିକ୍ଷାବିତ୍‌‌ କୃତିବାସ ପାଣିଗ୍ରାହୀ, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ରାଜ୍ୟ କଂଗ୍ରେସ ମୁଖ୍ୟପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର, ଅଞ୍ଚଳର ମୁରବୀ ବିଜୟ କୁମାର ପଣ୍ଡା, ସମାଜସେବୀ ମମତା ପଣ୍ଡା ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଅନୁଷ୍ଠାନର ପରିଚାଳକ ସୂର୍ଯ୍ୟକାନ୍ତ ପଣ୍ଡା, ଉମାକାନ୍ତ ପଣ୍ଡା, ରମାକାନ୍ତ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ କ୍ରୀଡାବିତମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ କ୍ରିକେଟ୍‌‌ ଖେଳାଳି ଓ କୋଚ୍‌‌ଙ୍କ ଦ୍ୱାରା ଏଠାରେ ୫ବର୍ଷ ବୟସରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ କ୍ରିକେଟ୍‌‌ ତାଲିମ ଦିଆଯିବାର ବ୍ୟବସ୍ଥା ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳର କ୍ରିକେଟ୍‌‌ ଖେଳାଳିଙ୍କ ପାଇଁ ପ୍ରତ୍ୟହ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବୋଲିଂ ମେସିନ୍‌‌ ଦ୍ୱାରା ଏଠାରେ କ୍ରିକେଟ୍‌‌ ଅଭ୍ୟାସ କରିବାର ବ୍ୟବସ୍ଥା ରହିଥିବା ସଂପର୍କରେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ସୂର୍ଯ୍ୟକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଖେଳାଳିଙ୍କ ପାଇଁ ଏଠାରେ ହଷ୍ଟେଲ ସୁବିଧା ରହିଥିବା ସୂଚନା ମିଳିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories