www.samajalive.in
Wednesday, December 10, 2025
18.1 C
Bhubaneswar

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ପ୍ରଥମ ଜାତୀୟ ପାଠଚକ୍ର

ସାକ୍ଷୀଗୋପାଳ: ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀର ପ୍ରଥମ ଜାତୀୟ ପାଠଚକ୍ର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ପାଠଚକ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସବିତା ପ୍ରଧାନଙ୍କ ପୌରହିତ୍ୟରେ ଉଦଘାଟିତ ହୋଇଥିଲା। ବିଷୟ ବିଶେଷଜ୍ଞ ଭାବରେ ଯୋଗ ଦେଇଥିଲେ ବିଶ୍ଵଭାରତୀ , ଶାନ୍ତିନିକେତନ, ଭାଷାଭବନର ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ମନୋରଞ୍ଜନ ପ୍ରଧାନ । ଆନୁଷ୍ଠାନିକ ଭାବରେ ଛାତ୍ରଛାତ୍ରୀମାନେ ଅତିଥି ଶ୍ରୀ ପ୍ରଧାନଙ୍କୁ ସ୍ଵାଗତ ପୂର୍ବକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ଉତ୍ତର ଆଧୁନିକତା ପ୍ରେକ୍ଷାପଟ୍ଟରେ ଅନୁବାଦର ଆବଶ୍ୟକତା ତଥା ଗୁରୁତ୍ଵ ସମ୍ପର୍କରେ ପ୍ରଫେସର ଶ୍ରୀଯୁକ୍ତ ପ୍ରଧାନ ‘ଅନୁବାଦ ଓ ଅନୁବାଦ ତତ୍ତ୍ଵ’ ଶୀର୍ଷକରେ ଆଲୋଚନା କରିଥିଲେ।

ଅନୁବାଦ ସାହିତ୍ୟର ସଂକ୍ଷିପ୍ତ ଇତିହାସ ସହ, ଅନୁବାଦ ସାହିତ୍ୟ କିପରି ସାହିତ୍ୟକୁ ସମଗ୍ର ବିଶ୍ଵରେ ପରିଚିତ କରାଇଥାଏ ତାହା ଅନୁବାଦ ତତ୍ତ୍ଵର ବିଭିନ୍ନ ଦିଗ ମାଧ୍ୟମରେ ଦର୍ଶାଇଥିଲେ। କୁଳପତି ପ୍ରଫେସର୍ ସବିତା ପ୍ରଧାନ ନିଜ ଅଭିଭାଷଣରେ ଅନୁବାଦକୁ ସାହିତ୍ୟର ଏକ ସ୍ଵତନ୍ତ୍ର ଶିଳ୍ପକଳା ବୋଲି ସଦୃଷ୍ଟାନ୍ତ ଦର୍ଶାଇଥିଲେ। ପାଠଚକ୍ର କିପରି ଜ୍ଞାନର ଭିନ୍ନଭିନ୍ନ ଦିଗକୁ ଉନ୍ମୋଚନ କରିବା ସହ ଗବେଷଣାତ୍ମକ ଦୃଷ୍ଟି ବୃଦ୍ଧି କରିବାରେ ସହାୟକ ହୋଇପାରେ ତାହା ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ବିଶ୍ଵବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି ପାଠଚକ୍ରରେ ଉପସ୍ଥିତ ରହିବା ସହ ବିଶେଷଜ୍ଞଙ୍କ ସହ ସକ୍ରିୟ ଭାବେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡକ୍ଟର ସଂଜୟ ହାତୀ ଏହି ପାଠଚକ୍ରକୁ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଡକ୍ଟର ଅନନ୍ତ କିଶୋର ଜେନା। ଡକ୍ଟର ଶ୍ୟାମ ଭୋଇ ଶେଷରେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଏଥିରେ ବିଶ୍ଵବିଦ୍ୟାଳୟ ଅଧ୍ୟାପକ ଡକ୍ଟର ରାଧାଗୋବିନ୍ଦ କୁଇଲା, ଡକ୍ଟର ନାରାୟଣ ପ୍ରସାଦ ବେହେରା, ଡକ୍ଟର ପ୍ରଦ୍ୟୁମ୍ନ ମିଶ୍ର, ଡକ୍ଟର ଅରବିନ୍ଦ ଦାସ ଏବଂ ଡକ୍ଟର ଲିପିକା ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ପାଠଚକ୍ରରେ ପୂର୍ଣ୍ଣ ସହଯୋଗ କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଥମ ଜାତୀୟ ପାଠଚକ୍ର ଛାତ୍ରଛାତ୍ରୀମାନଙ୍କ ମନରେ ଉତ୍ସାହ ଏବଂ ଉଦ୍ଦୀପନା ସୃଷ୍ଟି କରିଥିଲା । କୁଳସଚିବ ରଶ୍ମିରେଖା ଦାସଙ୍କ ତତ୍ତ୍ଵାବଧାନରେ ପାଠଚକ୍ରଟି ଅନୁଷ୍ଠିତ ହୋଇଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories