ଆନ୍ତର୍ଜାତିକ ଯୋଗ ଦିବସ : ଓଡ଼ିଶାରେ ଯୋଗ ଦିବସ ସମାରୋହରେ ଯୋଗ ଦେବେ ୩ କେନ୍ଦ୍ରମନ୍ତ୍ରୀ

ଯୋଗ ଦିବସକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆସନ୍ତାକାଲି ପାଳିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସକୁ ସଫଳ କରିବାକୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ପ୍ରତିବର୍ଷ ଭଳି ଚଳିତ ବର୍ଷ ଜୁନ୍‍ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ । ଚଳିତ ବର୍ଷର ଶୀର୍ଷକ ‘ମାନବିକତା ପାଇଁ ଯୋଗ’ ରହିଛି । ସମସ୍ତେ ମିଶି ଏହାକୁ ସଫଳ କରିବା ଓ ଯୋଗର ଲୋକପ୍ରିୟତାକୁ ବଢାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

prayash

ସୂଚନାଯୋଗ୍ୟ, ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଆସନ୍ତାକାଲି ଦେଶର ୭୫ଟି ପ୍ରମୁଖ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ମହୀଶୂରଠାରେ ଆୟୋଜିତ ହେବାକୁ ଥିବା ସାମୂହିକ ଯୋଗ କାର୍ଯ୍ୟକ୍ରମରେ ସାମିଲ ହେବେ ।
ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଯୋଗଦେବେ। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ
ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଂଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବେ ।
ପୁରୀ ବ୍ଲୁଫ୍ଲାଗ୍ ବିଚ୍ ପରିସରରେ ହେବାକୁଥିବା ଯୋଗଦିବସ କାର୍ଯକ୍ରମରେ କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୁରଭଞ୍ଜର ଖିଚିଂଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ
ଦେବେ ବୋଲି ଜଣାପଡ଼ିଛି ।

kalyan agarbati

Comments are closed.