mission shakti banner

ବିହାରରୁ ବାଜିଲା ଲୋକସଭା ବିଗୁଲ

BSKY banner  750×100
0

ବିହାର: ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଦେଶବାସୀ ଏକଜୁଟ୍‍ ହେବାପାଇଁ ଆହ୍ୱାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିହାରରେ ଲୋକସଭା ପାଇଁ ଏନ୍‍.ଡି.ଏ.ର ପ୍ରଚାର ଅଭିଯାନ ଆରମ୍ଭ କରିବା ପରେ ପାଟନାର ଗାନ୍ଧି ମଇଦାନରେ ସଙ୍କଳ୍ପ ର‍୍ୟାଲିରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ମୋଦୀ ଶେଷ ହୋଇଯାଉ ବୋଲି ବିରୋଧୀ ଦଳ ଚାହୁଁଛି। କିନ୍ତୁ ମିଳିତ ଭାବେ ଆତଙ୍କବାଦର ମୁକାବିଲା ପାଇଁ ଏକଜୁଟ୍‍ ହେବାକୁ ସେ ସେମାନଙ୍କୁ ପରାମର୍ଶ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସଶସ୍ତ୍ର ବାହିନୀକୁ ଉତ୍ସାହିତ କରିବା ପରିବର୍ତ୍ତେ ବାଲାକୋଟ୍‍ ବୋମା ଆକ୍ରମଣ ସଂକ୍ରାନ୍ତରେ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ଉଠାଇ ଶତ୍ରୁପକ୍ଷକୁ ଖୁସି କରିବାରେ ସେମାନେ ଲାଗିଛନ୍ତି। ସେ କଂଗ୍ରେସ ଓ ଏହାର ଅଂଶୀଦାର ଦଳଗୁଡ଼ିକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ଯବାନମାନଙ୍କର ନୈତିକ ବଳ ହ୍ରାସ କରୁଛନ୍ତି ଏବଂ ଦେଶର ଶତ୍ରୁପକ୍ଷର ଉପକାର ହେଲାଭଳି ବିବୃତ୍ତିମାନ ଦେଉଛନ୍ତି।

Leave A Reply