www.samajalive.in
Sunday, December 14, 2025
23.1 C
Bhubaneswar

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୁରୁଷ ଓ ମହିଳା ଟିମ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଥଲେଟିକ ପୁରୁଷ ଓ ମହିଳା ଦଳ ସମ୍ବଲପୁର ଗସ୍ତ କରିଛନ୍ତି। ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୯ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ରାଜ୍ୟ ସ୍ତରୀୟ ଇଣ୍ଟର ୟୁନିଭରସିଟି ଆଥଲେଟିକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗସ୍ତ କରିଛନ୍ତି।

ପୁରୁଷ ବର୍ଗରେ ବ୍ରହ୍ମପୁର ସିଟି କଲେଜର ରୁଦ୍ର ନାରାୟଣ ବିଷୋୟୀ, ରାଇକିଆ ଜେ.ଜେ ମହାବିଦ୍ୟାଳୟର ଆକାଶ ସିଂ, ଶିମିଳିଗୁଡ଼ା କଲେଜର ଅମିତ ଜାନି, ଡୁରା଼ ଆର.ଏନ ଡିଗ୍ରୀ କଲେଜର ଜଗଦିଶ ଗୌଡ଼, ଉମରକୋଟ ପେଣ୍ଡରାନୀ କଲେଜ ସୁରେନ୍ଦ୍ର ସାନ୍ତା, କୋରାପୁଟ ସରକାରୀ ମହାବିଦ୍ୟାଳୟର ରାଇମନ ପୂଜାରୀ, ବାଲିଗୁଡା ଆଦିବାସୀ କଲେଜର ବଳଦେବ ମଲ୍ଲିକ, ଫିରିଙ୍ଗିଆ ପଞ୍ଚାୟତ ଡିଗ୍ରୀ କଲେଜର ଅଭି ଶିସା, ରତ୍ନାକର ପାଲଟାସିଂ, ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜର ନିର୍ମଳ ଜେନା, ଡ଼ାବୁଗାଁ ଭୈରବ ଡିଗ୍ରୀ କଲେଜର ଘନ ଭାତ୍ରା ରହିଥିବା ବେଳେ ମହିଳା ବର୍ଗରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗର ସ୍ୱପ୍ନା ମାଡ଼ାଙ୍ଗୀ, ଆସିକା ସାଇନ୍ସ କଲେଜର ବର୍ଷା ଗୌଡ଼, ଛତ୍ରପୁର ମହିଳା ମହାବିଦ୍ୟାଳୟର ଦୀପିକା ଡାକୁଆ, ରାଇକିଆ ଜେ.ଜେ.ମହାବିଦ୍ୟାଳୟର ମୁକ୍ତାଞ୍ଜଳି ପ୍ରଧାନ, ଚିଙ୍କି ପ୍ରଧାନ, ସଞ୍ଜନା ବେହେରା, ଶିମିଳିଗୁଡ଼ା କଲେଜର ଜସ୍ମିନ ପାଙ୍ଗି, ଗୌରୀ କିଷାନୀ, ବାଲିଗୁଡା ଆଦିବାସୀ କଲେଜର ଜମୁନା ମଲ୍ଲିକ, ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜର ରାନୀ ଶବର, ବ୍ରହ୍ମପୁର ଗାନ୍ଧୀ ଗ୍ଲୋବାଲ ବିଜିନେସ ଷ୍ଟଡିସର ପାୟଲ କୁମାରୀ ସାହୁ ରହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories