ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା, ଆଜି ମୋର୍ବି ଗସ୍ତ
ଗାନ୍ଧୀନଗର : ଗୁଜରାଟ ମୋର୍ବିରେ ଝୁଲା ସେତୁ ଛିଣ୍ଡିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି । କୌଣସି ପୀଡିତ ପରିବାର ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ରାଜଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି, ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମଙ୍ଗଳବାର ଘଟଣାସ୍ଥଳ ପରିଦର୍ଶନ ନିମନ୍ତେ ପ୍ରଧାନମନ୍ତ୍ରୀ ମୋର୍ବି ଜିଲା ଗସ୍ତ କରିବେ। ସୋମବାର ପ୍ରଧାନମନ୍ତ୍ରୀ କାଭେଡିଆରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୭ତମ ଜୟନ୍ତୀ ଉତ୍ସବରେ ଉଦ୍ବୋଧନ ବେଳେ ଏହି ଘଟଣାକୁ ନେଇ ଭାବବିହ୍ବଳ ହୋଇପଡିଥିଲେ। ଏହି ଅଘଟଣକୁ ନେଇ ପ୍ରଧାନମନ୍ତ୍ରୀ ସୋମବାର ଅହମଦାବାଦରେ କରିବାକୁ ଥିବା ରୋଡ ଶୋକୁ ବାତିଲ କରିଛନ୍ତି।
Comments are closed.