www.samajalive.in
Monday, December 15, 2025
16.1 C
Bhubaneswar

ବର୍ଷା ଋତୁରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ :  କୋଭିଡ୍‍-୧୯ ଦୃଷ୍ଟିରୁ ବର୍ଷା ଋତୁରେ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦେଶର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବର୍ଷା ଋତୁରେ ଭୂତାଣୁ ଜନିତ ରୋଗ ବ୍ୟାପିଥାଏ ଓ ସେ ଦୃଷ୍ଟିରୁ ଲୋକମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ। ସରକାର ପରିସ୍ଥିତିର ନିରନ୍ତର ଅନୁଧ୍ୟାନ କରୁଛନ୍ତି ଓ କ୍ଷତିଗ୍ରସ୍ତ ଲୋକମାନଙ୍କର ଯତ୍ନ ନେବା ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

image source : ANI

ଇତିମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ ଦିଲ୍ଲୀ ପୌରନିଗମ କର୍ମଚାରୀମାନଙ୍କ ସହ ଏକ
ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ବର୍ଷାଋତୁରେ ବ୍ୟାପୁଥିବା ରୋଗଗୁଡ଼ିକର ମୁକାବିଲା ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି। ସେ କହିଛନ୍ତି, ଡେଙ୍ଗୁ, ଚିକନଗୁନିଆ ଓ ମ୍ୟାଲେରିଆ ଭଳି ରୋଗଗୁଡ଼ିକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ। ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ବର୍ତ୍ତମାନ କୋଭିଡ୍‍-୧୯ର ମୁକାବିଲା ପାଇଁ ସମସ୍ତେ ବ୍ୟସ୍ତ ଥିବାରୁ ଏଭଳି ଏକ ବୈଠକ ଡକାଯିବା ଜରୁରୀ ଆବଶ୍ୟକତା ଥିଲା। ବର୍ଷାଋତୁରେ ବ୍ୟାପୁଥିବା ରୋଗଗୁଡ଼ିକର ନିୟନ୍ତ୍ରଣ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି। ଗତବର୍ଷ ଦିଲ୍ଲୀରେ ୫ ହଜାର ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସେ ଦୃଷ୍ଟିରୁ ଚଳିତବର୍ଷ ଏଥିପାଇଁ ଆଗରୁ ପ୍ରସ୍ତୁତି କରିବା ବହୁତ ଜରୁରୀ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories