ସମାଜ ଡିଜିଟାଲ ଡେସ୍କ: ନାସାର ଅକ୍ସିଅମ-୪ ଅଭିଯାନରେ ମହାକାଶ ଯାତ୍ରା କରିଥିବା ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଶୁଭାଂଶୁଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆଜି ଆପଣ ଭାରତଭୂମିଠାରୁ ଦୂରରେ ଅଛନ୍ତି, କିନ୍ତୁ ଭାରତବାସୀଙ୍କର ଅତି ନିକଟରେ ରହିଛନ୍ତି। ଆପଣଙ୍କା ନାମରେ ବି ଶୁଭ ରହିଛି। ଏହି ସମୟରେ ଆମେ ଦୁଇଜଣ କଥା ହେଉଛେ, ମାତ୍ର ମୋ ସହିତ ୧୪୦ କୋଟି ଭାରତବାସୀଙ୍କ ଭାବନା ଜୋଡ଼ି ହୋଇରହିଛି। ମୋ ଶବ୍ଦରେ ସମସ୍ତ ଭାରତୀୟଙ୍କ ଉତ୍ସାହ ଏବଂ ଉଦ୍ଦୀପନା ସାମିଲ ରହିଛି। ଏହି ଅବସରରେ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେଠାରେ ସବୁ ଠିକଠାକ ଅଛି କି ବୋଲି ପଚାରିଥିଲେ।
ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଇ କହିଛନ୍ତି, ସବୁ ଠିକଠାକ ଅଛି। ସେ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଏବଂ ଭଲପାଇବା ଯୋଗୁ ତାଙ୍କୁ ଭଲ ଲାଗୁଛି। ଏହି ଯାତ୍ରାରେ ସେ ଦେଶକୁ ପ୍ରତିନିଧିତ୍ଵ କରୁଥିବାରୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଆପଣ ସାଥୀରେ ଯେଉଁ ଗାଜର ହାଲଓ୍ବା ନେଇଥିଲେ ତାହାକୁ ନିଜ ସାଥୀମାନଙ୍କୁ ଖୁଆଇଛନ୍ତି ତ ବୋଲି ପ୍ରଧାନମନ୍ତ୍ରୀ ମଜାଳିଆ ଢଙ୍ଗରେ ଶୁଭାଂଶୁଙ୍କୁ ପଚାରିଥିଲେ।
I had a wonderful conversation with Group Captain Shubhanshu Shukla as he shared his experiences from the International Space Station. Watch the special interaction! https://t.co/MoMR5ozRRA
— Narendra Modi (@narendramodi) June 28, 2025



