ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଭାରତ ମୁଖ୍ୟ ସକିବ ଅବଦୁଲ ନାଚନର ଦେହାନ୍ତ ହୋଇଛି। ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତା’ର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ ସକିବକୁ ତିହାର ଜେଲରୁ ଡାକ୍ତରଖାନାକୁ ନିଆଯାଇଥିଲା।
୨୦୨୩ରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସକିବକୁ ଗିରଫ କରିତିଲା। ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖ୍ୟ ଭାବେ ସେ କାମ କରୁଥିଲା। ଭାରତରେ ରହି ସେ ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲା। ଏପରି କି ଯୁପପିଢ଼ିଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ କରିବାଠାରୁ ଆରମ୍ଭ କରି ଆଇଏସ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲା। ଏହା ସହିତ ଭାରତରେ କେଉଁଠି ଆତଙ୍କବାଦୀ ଆକ୍ରମଣ ତଥା ଆତ୍ମଘାତୀ ବିସ୍ଫୋରଣ କରାଯିବ ତାହାର ଯୋଜନା ମଧ୍ୟ କରୁଥିଲା। ସେ ଅଭ୍ୟାସଗତ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିଲା ବୋଲି ଏନଆଇଏ କହିଛି।



