www.samajalive.in
Sunday, December 14, 2025
17.1 C
Bhubaneswar

ଦେଶରେ ସେରୋ ସର୍ଭେ ଏବଂ ନମୁନା ପରୀକ୍ଷା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କରୋନା ଟିକା ସହ ଜଡିତ ଅନୁସନ୍ଧାନ ଏବଂ ନମୁନା ପରୀକ୍ଷା, ସଂକ୍ରମିତ ଲୋକଙ୍କ ସହ ସମ୍ପର୍କିତଙ୍କୁ ଠାବ କରିବା ଏବଂ ଚିକିତ୍ସା ବ୍ୟବସ୍ଥା ସମେତ ସାମଗ୍ରିକ ଯୋଜନା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଟିକା ବିକାଶକାରୀ ଏବଂ ଉତ୍ପାଦକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିବା ସହ ସମସ୍ତ ପ୍ରୟାସକୁ ସହାୟତା ଏବଂ ସୁବିଧା ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେରୋ ସର୍ଭେ ଏବଂ ନମୁନା ପରୀକ୍ଷା ଆହୁରି ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ନମୁନାଗୁଡିକ ନିୟମିତ ଏବଂ ଶୀଘ୍ର ଯାଞ୍ଚ କରାଯିବା ଉଚିତ ଏବଂ ଏହି ସୁବିଧା ସମସ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ଶୀଘ୍ର ଉପଲବ୍ଧ କରାଯିବା ଉଚିତ୍। ପ୍ରଧାନମନ୍ତ୍ରୀ ଟିକା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଜନାର ମଧ୍ୟ ସମୀକ୍ଷା କରିଛନ୍ତି।

ପ୍ରାଚୀନ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ଔଷଧର ନିରନ୍ତର ଏବଂ ସଠିକ ବୈଜ୍ଞାନିକ ଅନୁସନ୍ଧାନ କରିବାକୁ କହିଛନ୍ତି। କରୋନା ମହାମାରୀ ଭଳି କଷ୍ଟକର ସମୟରେ ପ୍ରମାଣ ଭିତ୍ତିକ ଅନୁସନ୍ଧାନ କରିବା ଏବଂ ଏହି ନିର୍ଭରଯୋଗ୍ୟ ସମାଧାନ ପ୍ରଦାନ ପାଇଁ ଆୟୁଷ ମନ୍ତ୍ରଣାଳୟର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଚିକିତ୍ସା ସୁବିଧା ପାଇଁ ସ୍ୱଳ୍ପ ମୂଲ୍ୟରେ ନମୁନା ଉପଲବ୍ଧ କରାଇବା, ଚିକିତ୍ସା ସୁବିଧା ସହ ଟୀକା ଉବଲବ୍ଧତା ଉପରେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଏହି ମହାମାରୀର ମୁକାବିଲା ପାଇଁ ନିରନ୍ତର, ସଜାଗ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତି ପାଇଁ ସେ ଆହ୍ୱାନ ଦେଇଛନ୍ତି।

- Advertisement -

ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ଏନଆଇଟି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲ, ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ ଏବଂ ବରିଷ୍ଠ ବୈଜ୍ଞାନିକ ତଥା ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories