www.samajalive.in
Monday, December 15, 2025
26.1 C
Bhubaneswar

ବୁର୍ଲା ଓରାମ ପଡ଼ାରେ ଏରାଇଜ ପ୍ରକଳ୍ପ ଉଦଘାଟିତ

ବୁର୍ଲା : ବୁର୍ଲା ସହରର ଓରାମ ପଡାରେ କଲାମ ସାର ହେଲପିଙ୍ଗ ହ୍ୟାଣ୍ଡ ସଂସ୍ଥା ପକ୍ଷରୁ ଏରାଇଜ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ସଂସ୍ଥାର କର୍ମକର୍ତ୍ତା ମାନେ ପଡାକୁ ତିନି ବର୍ଷ ପର୍ଯ୍ୟନ୍ତ ପୌଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଏହି ପ୍ରକଳ୍ପର ଲକ୍ଷ୍ୟ ପଡାର ସମସ୍ତ ପିଲା କେମିତି ପାଠ ପଢିବେ ସେ ବିଷୟରେ ଚିନ୍ତା କରିବା । କୌଣସି ଏକ ଶିକ୍ଷିତ ଯୁବକ ବା ଯୁବତୀଙ୍କୁ କିଛି ପାରିଶ୍ରମିକ ଦେଇ ପ୍ରତିଦିନ ପଡାର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବେ। ଓରାମ ପଡାର ଆଶାଦିଦି, ଅଙ୍ଗନୱାଡି  କର୍ମୀ, ବରିଷ୍ଠ ନାଗରିକ, ଶିକ୍ଷିତ ଯୂବକ ଏବଂ ସମ୍ପୃକ୍ତ ସଂସ୍ଥାର ଦୁଇଜଣ ସଦସ୍ୟଙ୍କୁ ନେଇ ବସ୍ତିରେ ଏକ ଶିଶୁ ବିକାଶ ସମିତି ଗଠନ କରିବା। କମିଟି ମାଧ୍ୟମରେ ପଡାରେ ଶିଶୁ ସୁରକ୍ଷା, ଶିଶୁ ଅଧିକାର, ଶିଶୁ ସ୍ୱାସ୍ଥ୍ୟ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ଆଦି ଲକ୍ଷ୍ୟ ରହିଛି। ପଡାର ସମସ୍ତ ଶିଶୁଙ୍କୁ ନେଇ ଏକ ଶିଶୁ କ୍ଲବ ଗଠନ କରି ସେଥିରେ ଶିଶୁଙ୍କୁ ଶିକ୍ଷା ଅଧିକାର ବିଷୟରେ ସଚେତନ କରିବା, ଅର୍ଥାଭାବରୁ ପଡାର କୌଣସି ଶିଶୁ ଉଚ୍ଚ ଶିକ୍ଷା ପାଇଁ ଅସମର୍ଥ ହେଲେ ତାଙ୍କୁ ସଂସ୍ଥା ପକ୍ଷରୁ ସମ୍ପୁର୍ଣ୍ଣ ସହଯୋଗ କରାଯିବ, ସଂସ୍ଥା ପକ୍ଷରୁ ବୁର୍ଲା ଭିମସାର ସହିତ ସମ୍ପର୍କ କରାଯାଇ ପଡାରେ ରହୁଥିବା ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା ନିମନ୍ତେ ମାଗଣା ସ୍ୱସ୍ଥ୍ୟସେବା ଶିବିର ଅନୁଷ୍ଠିତ ହେବ। ପିଲାଙ୍କ ଶାରୀରିକ ସୁସ୍ଥତା ପାଇଁ ମଝିରେ ମଝିରେ ଯୋଗ ଗୁରୁ କିମ୍ବା ଖେଳ ଶିକ୍ଷକଙ୍କ ମାଧ୍ୟମରେ ଯୋଗ ଶିକ୍ଷା ଦିଆଯିବ, ପିଲାଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ପ୍ରତି ମାସରେ ବିଭିନ୍ନ ପ୍ରତିଯୋଗିତା କରି ପ୍ରତିଭାର ବିକାଶ କରାଯିବ, ସଂସ୍ଥା ପକ୍ଷରୁ ପଡାରେ ବାଲ୍ୟ ବିବାହ ଏବଂ ଶୁଶୁଶ୍ରମିକ ନିରାକରଣ ଦିଗରେ ପ୍ରଚେଷ୍ଟା କରିଯିବ ଏଭଳି ଅନେକ ବିକାଶ ମୂଳକ ପଦକ୍ଷେପ ରହିଛି। ଏହି ପ୍ରକଳ୍ପ ଜରିଆରେ ଯାହାକି ପଡାବାସୀଙ୍କୁ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ତେବେ ଆଜିର ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭିମସାର ଡାକ୍ତର ଶଙ୍କର ରାମଚନ୍ଦାନୀ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ. ରାମନରେଶ ମହାଲିଙ୍ଗ ଯୋଗଦାନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। କଲାମ ସାର୍ ହେଲପିଙ୍ଗ ହ୍ୟାଣ୍ଡର ଫାଉଣ୍ଡର ମାନସ କୁମାର ପ୍ରଧାନ, ପଡାର ଆଶାଦିଦି ଏବଂ ଆଙ୍ଗନୱାଡି କର୍ମୀଙ୍କ ସମେତ ସମସ୍ତ ପଡାବାସି ଏବଂ ଶିଶୁ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସଂସ୍ଥାକୁ ସହଯୋଗ ଆଲୋକ ଏବଂ ଡିବିରି ନାମରେ ଦୁଇଟି ସଂସ୍ଥା ରହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories