www.samajalive.in
Monday, December 15, 2025
16.1 C
Bhubaneswar

ମା’ଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟର ଜବାବ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବର୍ଗତ ମାତା ହୀରାବେନଙ୍କ ପ୍ରତି ବିରୋଧୀ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଙ୍ଗଳବାର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାର ରାଜ୍ୟ ଜୀବିକା ନିଧି ସାଖ ସହକାରୀ ସଂଘ ଲିମିଟେଡକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ବିହାର ଭୋଟର ଅଧିକାର ଶୋଭାଯାତ୍ରା ସମୟରେ ତାଙ୍କ ମା’ ପ୍ରତି ଯେଉଁ ଅପମାନଜନକ ମନ୍ତବ୍ୟ ଦିଆଯାଇଛି ତାହା ଦେଶର ସମସ୍ତ ମା’ ଓ ଭଉଣୀଙ୍କ ପ୍ରତି ଅପମାନ। ଏହି ଅପମାନକୁ ନେଇ ବିହାରବାସୀ ତାଙ୍କର କ୍ରୋଧ ପ୍ରକଟ କରିଛନ୍ତି। ଜଣେ ଗରିବ ମାଆର ବଳିଦାନକୁ ରାଜପରିବାରରେ ଜନ୍ମ ହୋଇଥିବା ଲୋକେ ବୁଝିପାରିବେ ନାହିଁ। ତାଙ୍କ ସରକାର ପାଇଁ ମା’ଙ୍କ ଗର୍ବ, ସମ୍ମାନ ଏବଂ ମର୍ଯ୍ୟାଦା ସର୍ବୋଚ୍ଚ ପ୍ରାଥମିକତା ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିହାରରେ ବିରୋଧୀ ମେଣ୍ଟର ଏକ ମଞ୍ଚରୁ ତାଙ୍କ ମା’ଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ଏହି ଅପମାନ କେବଳ ତାଙ୍କ ମା’ଙ୍କ ପ୍ରତି ଅପମାନ ନୁହେଁ; ବରଂ ଦେଶର ପ୍ରତ୍ୟେକ ମା’, ଭଉଣୀ ଏବଂ ଝିଅଙ୍କ ପ୍ରତି ଅପମାନ। ମୋଦୀ ଓ ବିହାରବାସୀ ବିଶେଷକରି ତାଙ୍କ ମା’ମାନେ ଏପରି ମନ୍ତବ୍ୟ ଶୁଣି ଯନ୍ତ୍ରଣା ଅନୁଭବ କରିଛନ୍ତି।


ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ପ୍ରାୟ ୫୫ ବର୍ଷ ଧରି ସମାଜ ଏବଂ ରାଷ୍ଟ୍ରର ସେବା କରିଆସୁଛନ୍ତି।
ଏହି ଯାତ୍ରାରେ ତାଙ୍କ ମା’ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଥିଲେ ଯେ ମା’ ଭାରତୀଙ୍କ ସେବା କରିବା ପାଇଁ, ତାଙ୍କ ଜନ୍ମଦାତ୍ରୀ ମା’ ତାଙ୍କୁ ପାରିବାରିକ ଦାୟିତ୍ୱରୁ ମୁକ୍ତ କରିଥିଲେ। ଯେଉଁ ମା’ ତାଙ୍କୁ ରାଷ୍ଟ୍ରସେବା ପାଇଁ ଆଶୀର୍ବାଦ ଦେଇଥିଲେ ଏବଂ ତାଙ୍କୁ ମୁକ୍ତ କରିଥିଲେ ସିଏ ଆଉ ଏହି ଦୁନିଆରେ ନାହାନ୍ତି। ଏହାସତ୍ତ୍ବେ ବିରୋଧୀ ମେଣ୍ଟର ଏକ ମଞ୍ଚରୁ ତାଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଥିବାରୁ ସେ ଦୁଃଖିତ। ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୭ ତାରିଖରେ ବିହାର ଦରଭଙ୍ଗାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଭୋଟର ଅଧିକାର ଯାତ୍ରା ଅବସରରେ ଜଣେ ଦଳୟୀ କର୍ମୀ ମୋଦୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ କଂଗ୍ରେସ କର୍ମୀ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଜୀବିକା ନିଧି ସାଖ୍ ସହକାରୀ ସଂଘର ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ଜୀବିକା ସହିତ ଜଡିତ ସମ୍ପ୍ରଦାୟ ସଦସ୍ୟମାନଙ୍କୁ ସହଜରେ କମ ସୁଧ ହାରରେ ପାଣ୍ଠି ଉପଲବ୍ଧ କରିବା। ଜୀବିକାର ସମସ୍ତ ପଞ୍ଜିକୃତ କ୍ଲଷ୍ଟର-ସ୍ତରୀୟ ଫେଡେରେସନ୍ ଏହି ସଂସ୍ଥାର ସଦସ୍ୟ ହେବେ। ବିହାର ସରକାର ଏବଂ କେନ୍ଦ୍ର ସରକାର ଏହାର ପରିଚାଳନା ପାଇଁ ପାଣ୍ଠି ଯୋଗାଇବେ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories