www.samajalive.in
Saturday, December 6, 2025
23.1 C
Bhubaneswar

ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ : ଦକ୍ଷିଣ କୋରିଆ-ଭାରତ ମୁକାବିଲା

ରାଜଗିର : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ ମ୍ୟାଚ ଦକ୍ଷିଣ କୋରିଆ ସହ, ୪ରେ ମାଲେସିଆ ଓ ୬ରେ ଚୀନକୁ ଭେଟିବ। ଦୁଇ ଶ୍ରେଷ୍ଠ ଦଳ ଫାଇନାଲକୁ ଉନ୍ନୀତ ହେବେ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ଅପରାଜୟ ସହ ସୁପର-୪ରେ ପହଞ୍ଚିଛି। ଦଳ ଚୀନ୍‌କୁ ୪-୩ ଗୋଲ, ଜାପାନକୁ ୩-୨ ଗୋଲ ଓ କାଜାଖସ୍ତାନକୁ ୧୫-୦ ଗୋଲରେ ପରାସ୍ତ କରିଥିଲା। ଦଳ ପକ୍ଷରୁ ହରମନପ୍ରୀତ ସିଂହ ୭ଟି ଗୋଲ ଦେଇ ଚମତ୍କାର ଫର୍ମରେ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ୪ଟି,ସୁଖଜିତ ସିଂହ ୩ଟି, ଯୁଗରାଜ ସିଂହ ୩ଟି ଗୋଲ ଦେଇଛନ୍ତି। ଭାରତ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ଉକ୍ତ ପ୍ରଦର୍ଶନକୁ ସୁପର-୪ରେ ବଜାୟ ରଖିବା ନେଇ ଆଶାବାଦୀ ରହିଛି।
ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରେଗ ଫୁଲଟନ କହିିଛନ୍ତି ଯେ, ଲିଗ୍‌ ପର୍ଯ୍ୟାୟରେ ଆମେ ଭଲ ପ୍ରଦର୍ଶନ କରିଥିଲୁ। ଏବେ ସୁପର-୪ ମୁକାବିଲା ବଡ଼ ଆହ୍ବାନ ହେବ। ଲିଗ୍‌ ପର୍ଯ୍ୟାୟରେ ପେନାଲ୍ଟି କର୍ଣ୍ଣରରେ ଦଳ ଭଲ ପ୍ରଦର୍ଶନ କରିଛି। ଯାହା ଦଳ ପାଇଁ ବହୁତ ଭଲ କଥା। ଶେଷ ସଂସ୍କରଣର ଚମ୍ପିଆନ ଦକ୍ଷିଣ କୋରିଆ ବହୁତ ଭଲ ଦଳ। ଦକ୍ଷିଣ କୋରିଆ ବିପକ୍ଷ ପ୍ରଥମ ମ୍ୟାଚ ପାଇଁ ଆମେ ପ୍ରସ୍ତୁତ ବୋଲି ଫୁଲଟନ କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଗ୍ରୁପ-ବି ରେ ୭-୦ ଗୋଲରେ ଚାଇନିଜ ତାଇପେଇକୁ,୫-୧ ଗୋଲରେ ବାଂଲାଦେଶକୁ ପରାସ୍ତ କରିଥିବାବେଳେ ମାଲେସିଆ ନିକଟରୁ ୧-୪ ଗୋଲରେ ପରାଜିତ ହୋଇଥିଲା। ଚଳିତ ଟୁର୍ଣ୍ଣାମେଣ୍ଟ​‌ରେ ଦୁଇ ଦଳର ପ୍ରଦର୍ଶନକୁ ଦେଖିଲେ ଦକ୍ଷିଣ କୋରିଆ ଅପେକ୍ଷା ଭାରତର ଭଲ ପ୍ରଦର୍ଶନ ରହିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories