www.samajalive.in
Sunday, December 14, 2025
16.1 C
Bhubaneswar

ଗୁଜରାଟ ପାଇଁ ଖେଳିବେ ହର୍ଷଲ

ଅହମ୍ମଦାବାଦ: ଦୀର୍ଘ ୧୪ ବର୍ଷ ଧରି ହରିୟାଣା ପାଇଁ ଘରୋଇ କ୍ରିକେଟ୍‌ ଖେଳିବା ପରେ ପେସ୍‌ ବୋଲର ହର୍ଷଲ ପଟେଲ ତାଙ୍କ ରାଜ୍ୟ ଗୁଜରାଟକୁ ଫେରିଛନ୍ତି। ୨୦୨୫-୨୬ ଋତୁରେ ଗୁଜରାଟ ପାଇଁ ୩୪ ବର୍ଷ ବୟସ୍କ ହର୍ଷଲ ଖେଳିବେ। ଏଥିପାଇଁ ସେ ଗୁଜରାଟ କ୍ରିକେଟ୍‌ ଆସୋସିଏସନ୍‌ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବରୋଦା, ସୌରାଷ୍ଟ୍ର ଓ ଗୁଜରାଟକୁ ନେଇ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ହର୍ଷଲ ଗୁଜରାଟ ପାଇଁ ଖେଳିବା ଆରମ୍ଭ କରିବେ। ହର୍ଷଲ ଗୁଜରାଟର ମୂଳ ବାସିନ୍ଦା। ତାଙ୍କ ପରିବାର ଏବେ ଗୁଜରାଟରେ ରହୁଛନ୍ତି। ପରିବାର ସହ ସମୟ ବିତାଇବା ପାଇଁ ହର୍ଷଲ ଗୁଜରାଟ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିବା ପରେ ୨୦୦୮-୦୯ ଋତୁ​‌େ​‌ର ଗୁଜରାଟ ପାଇଁ ଲି‌ଷ୍ଟ-ଏ ପଦାର୍ପଣ କରିଥିଲେ। ତେବେ ୨୦୧୦ରେ ଭାରତ ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ୍‌ ଖେଳିବା ପରେ ହର୍ଷଲ ହରିୟାଣା ଚାଲି ଯାଇଥିଲେ। ୨୦୧୧-୧୨ରେ ସେ ହରିୟାଣା ପାଇଁ ରଣଜୀ ଟ୍ରଫି ଖେଳିବା ଆରମ୍ଭ କରିଥିଲେ। ଏହା ପରଠାରୁ ହର୍ଷଲ ସମସ୍ତ ଫର୍ମାଟରେ ହରିୟାଣା ଦଳର ପ୍ରମୁଖ ସଦସ୍ୟ ପାଲଟି ଯାଇଥିଲେ। ୭୪ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ହର୍ଷଲ ୨୪୬ ୱିକେଟ୍‌ ନେଇଛନ୍ତି। ୧୨ଟି ଇନିଂସରେ ସେ ୫ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ୨୦୨୩-୨୪ରେ ହରିୟାଣା ବିଜୟ ହଜାରେ ଟ୍ରଫି ଜିତିଥିବା ବେଳେ ହର୍ଷଲ ଦଳର ପ୍ରମୁଖ ସଦସ୍ୟ ଥିଲେ। ସେ ଭାରତ ପାଇଁ ୨୫ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୨୭ଟି ୱିକେଟ୍‌ ନେଇଛନ୍ତି। ଚଳିତବର୍ଷ ହରିୟାଣା ଛାଡ଼ିବାରେ ହର୍ଷଲ ୨ୟ ଅନ୍ତର୍ଜାତୀୟ କ୍ରିକେଟର। କିଛିଦିନ ତ​‌େ​‌ଳ ଅଲ୍‌ରାଉଣ୍ଡର ଜୟନ୍ତ ଯାଦବ ପୁଡୁଚେରି ଚାଲି ଯାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories