www.samajalive.in
Sunday, December 7, 2025
26.1 C
Bhubaneswar

ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ : ଗ୍ରାମାଞ୍ଚଳରେ ସୃଷ୍ଟି କରିବ ଜୀବିକା ନିର୍ବାହ ସୁଯୋଗ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଶୁଭାରମ୍ଭ କରିଛନ୍ତି । ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ସେ ଏହାର ଶୁଭାରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଜୀବିକା ସୁଯୋଗ ଯୋଗାଇବା ପାଇଁ ଏହି ଅଭିଯାନର ଶୁଭାରମ୍ଭ ହୋଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳର ଗରିବଙ୍କ କଲ୍ୟାଣ ଏବଂ ସେମାନଙ୍କ ରୋଜଗାର ପାଇଁ ଏକ ମେଗା ଅଭିଯାନ ଆରମ୍ଭ ହୋଇଥିବାରୁ ଆଜି ଏକ ଐତିହାସିକ ଦିନ। ସେ କହିଛନ୍ତି, ଏହି ଅଭିଯାନ ଶ୍ରମିକ ଶ୍ରେଣୀର ଭାଇ ଓ ଭଉଣୀମାନଙ୍କ ପାଇଁ, ଗାଁରେ ରହୁଥିବା ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ସମୟରେ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ଲୋକମାନେ ଗାଁରେ ରହୁଥିବା ସମୟରେ କାହାଠାରୁ ଋଣ ନେବାକୁ ପଡ଼ିବ ନାହିଁ। ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଅଭିଯାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଠାରୁ ଆରମ୍ଭ ହୋଇଥିଲା ଏବଂ କିଛି ସପ୍ତାହ ମଧ୍ୟରେ ଏହି ଯୋଜନାରେ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେ କହିଛନ୍ତି, ତିନି ମାସ ମଧ୍ୟରେ ୮୦ କୋଟି ଗରିବ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଏବଂ ଡାଲି ଯୋଗାଇବା ପାଇଁ କାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ଶ୍ରମିକଙ୍କ ଦକ୍ଷତାର ମ୍ୟାପିଂ ମଧ୍ୟ ଆରମ୍ଭ ହୋଇଛି। ସେ କହିଛନ୍ତି, ଶ୍ରମିକ ଶ୍ରେଣୀର ଦକ୍ଷତା ନିଜ ଗାଁରେ ଚିହ୍ନଟ ହେବ, ଯାହାଫଳରେ ସେମାନେ ସେମାନଙ୍କର ଦକ୍ଷତା ଅନୁଯାୟୀ ରୋଜଗାର ପାଇପାରିବେ।

ବିହାର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଙ୍କ ଉପସ୍ଥିତିରେ ଦୃଶ୍ୟ ଶ୍ରାବ୍ୟ ସମ୍ମିଳନୀ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ବିହାର ଖଗରିଆ ଜିଲ୍ଲା ବେଲଦାଉର ବ୍ଲକର ତେଲିହାର ଗ୍ରାମରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି।  କୋଭିଡ-୧୯ ବୈଶ୍ଵିକ ମହାମାରୀ ପରିପ୍ରେକ୍ଷୀରେ ୬ଟି ରାଜ୍ୟର ୧୧୬ ଜିଲ୍ଲାର ଗ୍ରାମବାସୀ ସାଧାରଣ ସେବା କେନ୍ଦ୍ର ଓ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ସାମାଜିକ ଦୂରତ୍ଵ ନିୟମ ମାନି ଏହି କାର୍ଯ୍ୟକ୍ରମରେ ମାମିଲ ହୋଇଥିଲେ।
୧୨୫ ଦିନ ବ୍ୟାପୀ ଏହି ଅଭିଯାନ ମିଶନ ମୋଡରେ ଚାଲିବା ସହ ୨୫ଟି ଭିନ୍ନ ଭିନ୍ନ କାର୍ଯ୍ୟ ଦ୍ଵାରା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯିବ। ଗୋଟିଏ ପଟରେ ସେମାନଙ୍କୁ କାମ ଯୋଗାଇଦେବା ସହ ଅନ୍ୟ ପକ୍ଷରେ ଦେଶର ଗ୍ରାମାଞ୍ଚଳରେ ଏଥିପାଇଁ ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇପାରିବ। ଏହା ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ଯୋଗାଇବା ଏବଂ ଦେଶର ଗ୍ରାମାଞ୍ଚଳରେ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ୨୫ ବିଭିନ୍ନ ପ୍ରକାରର କାର୍ଯ୍ୟ କରାଯିବ।

ଏହି ଯୋଜନା ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରାୟ ୨୫ ହଜାର ଲେଖାଏଁ ପ୍ରବାସୀ ଶ୍ରମିକ ଫେରିଥିବା ଦେଶର ୬ଟି ରାଜ୍ୟରୁ ମୋଟ ୧୧୬ଟି ଜିଲ୍ଲାକୁ ଏଥିପାଇଁ ବଛାଯାଇଛି। ଏହି ୬ଟି ରାଜ୍ୟ ହେଲା ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡ଼ିଶା  ସେଥିରେ ୨୭ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟ ରହିଛି। ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହିସବୁ ଜିଲ୍ଲାର ହୋଇଥିବା ଆକଳନ କରାଯାଇଛି । ଏହି ଅଭିଯାନକୁ ୧୨ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହଯୋଗ କରିବେ। ସେଗୁଡିକ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ସଡକ ପରିବହନ ଓ ରାଜପଥ, ଖଣି, ପାନୀୟ ଜଳ ଓ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମା ସଡକ, ଦୂରସଞ୍ଚାର ଓ କୃଷି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories