www.samajalive.in
Monday, December 15, 2025
16.1 C
Bhubaneswar

ଘାଟୀକୁ ମୋଦୀଙ୍କ ୨୦ ହଜାର କୋଟି ଟଙ୍କା ଭେଟି: କହିଲେ, ଜାମ୍ମୁ କାଶ୍ମୀରରେ ଏବେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀରରେ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରି କହିଛନ୍ତି, ଜାମ୍ମୁକାଶ୍ମୀରରେ ଏବେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି। ଶାମ୍ବା ଜିଲ୍ଲାର ପାଲି ଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପଗୁଡିକ ଜାମ୍ମୁ କାଶ୍ମୀରର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ପଞ୍ଚାୟତରାଜ ଦିବସ ଅବସରରେ ଏହା ପରିବର୍ତ୍ତନର ସଂକେତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜାମ୍ମୁକାଶ୍ମୀରର ତୃଣମୂଳ ସ୍ତରରେ ପଞ୍ଚାୟତରାଜ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ଏକ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ଏବେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କାଶ୍ମୀର ଘାଟିରେ କାର୍ଯ୍ୟକାରୀ କରାଯାଉଛି। ଲୋକମାନେ ନିଜର ଲାଭ ପାଇଁ ଏହି ଯୋଜନାକୁ ବ୍ୟବହାର କରୁଛନ୍ତି। ବିଗତ ପାଞ୍ଚ ବର୍ଷ ଧରି ଯେଉଁମାନେ ସଂରକ୍ଷଣର ସୁବିଧା ପାଇପାରୁ ନ ଥିଲେ। ଏବେ ଜାମ୍ମୁ କାଶ୍ମୀରର ସେହି ଲୋକମାନେ ସେହିସବୁ ସଂରକ୍ଷଣର ସୁବିଧା ପାଇପାରୁଛନ୍ତି।

- Advertisement -

ପୂର୍ବରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ-ଅମୃତସର-କଟ୍‍ରା ଏକ୍ସପ୍ରେସ୍‍ ୱେର ୩ଟି ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେିହପରି ପାଲ୍ଲୀ ଗ୍ରାମରେ ୫୦୦ କିଲୋୱାଟ୍‍ ଶୌରଶକ୍ତି ପ୍ଲାଣ୍ଟ୍‍ର ଉଦ୍‍ଘାଟନ କରିଥିଲେ। ସାମ୍ବା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ୧୦୮ଟି ଜନଔଷଧୀ କେନ୍ଦ୍ରକୁ ମଧ୍ୟ ଉଦ୍‍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ବନିହାଲ୍‍-କାଜିଗୁଣ୍ଡ ସୁଡ଼ଙ୍ଗକୁ ଉଦ୍‍ଘାଟନ କରିଛନ୍ତି। ଏହି ସୁଡ଼ଙ୍ଗ ନିର୍ମାଣ ବାବଦରେ ୩୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୮ କିଲୋମିଟର ୪୫୦ ମିଟର ଦୀର୍ଘ ସେହି ସୁଡ଼ଙ୍ଗ ନିର୍ମାଣ ହେବା ଯୋଗୁଁ ବନିହାଲ ଓ କାଜିଗୁଣ୍ଡ ମଧ୍ୟରେ ଦୂରତା ୧୬ କିଲୋମିଟର ହ୍ରାସ ପାଇବ ଓ ଯାତ୍ରା ସମୟ ମଧ୍ୟ ପ୍ରାୟ ଦେଢ଼ଘଣ୍ଟା ହ୍ରାସ ପାଇବ।

ପ୍ରଧାନମନ୍ତ୍ରୀ ୮୫୦ ମେଗାୱାଟ୍‍ ରତେଲ୍‍ ଜଳବିଦ୍ୟୁତ୍‍ ଏବଂ ୫୪୦ ମେଗାୱାଟ୍‍ କ୍ୱାର୍‍ ଜଳବିଦ୍ୟୁତ୍‍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପାଲ୍ଲୀ ଗ୍ରାମପଞ୍ଚାୟତକୁ ଭାରତର ପ୍ରଥମ କାର୍ବନ୍‍ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଅମୃତ ସରୋବର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଜାତୀୟ ପଞ୍ଚାୟତ ପୁରସ୍କାର ଯୋଜନାର ବିଜେତାମାନଙ୍କ ଜମାଖାତାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପୁରସ୍କାର ଅର୍ଥ ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେହି ଦିନ ବେଶି ଦୂର ନୁହେଁ, ଯେତେବେଳେ ଗୋଟିଏ ରାସ୍ତା ଦେଇ ମାତା ବୈଷ୍ଣବୀଦେବୀ ଓ କନ୍ୟାକୁମାରୀଙ୍କୁ ଦର୍ଶନ କରିହେବ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories