www.samajalive.in
Monday, December 15, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ଦେଶବ୍ୟାପୀ କୃଷକମେଳା

ଡେସ୍କ: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆସନ୍ତାକାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ କୃଷି ବିଜ୍ଞାନ କେନ୍ଦ୍ରଗୁଡିକରେ କୃଷକମେଳା ଓ କ୍ଷେତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ବିଶେଷ କରି ଜୈବିକ କୃଷି ଉପରେ ଏହି ପ୍ରଦର୍ଶନୀ ଆୟୋଜନ କରାଯିବ। ‘କିଶାନ୍‍ ଭାଗିଦାରୀ ପ୍ରାଥମିକତା ହମାରି’ ଶୀର୍ଷକରେ ଏହି କୃଷକମେଳା ଆୟୋଜନ କରାଯିବ। ୭୫ ଜଣ ବଛାବଛା କୃଷକ ଏବଂ କୃଷି ଉଦ୍ୟୋଗୀଙ୍କୁ ନେଇ ଜାତୀୟ ଆତ୍ମନିର୍ଭର ଭାରତ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଅଭିଯାନରେ ସାରା ଦେଶରୁ ୧କୋଟିରୁ ଅଧିକ କୃଷକ ଓ ହିତଧାରକମାନେ ଏଥିରେ ଅଂଶଗ୍ରହଣ କରିବେ।

ଏହି ଅଭିଯାନରେ, କୃଷି ଏବଂ କୃଷକ କଲ୍ୟାଣ ବିଭାଗ କୃଷକ ମାନଙ୍କ ନିମନ୍ତେ ଆଂଚଳିକ ସ୍ତରରେ ସାରା ଦେଶରେ କାର୍ୟ୍ୟକ୍ରମ ଆୟୋଜନ କରିବ। କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗ ପ୍ରତ୍ୟେକ କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ମେଳା ଏବଂ ପ୍ରାକୃତିକ କୃଷି ଉପରେ ପ୍ରତ୍ୟକ୍ଷ ପ୍ରଦର୍ଶନୀର ଆୟୋଜନ କରିବ। କେନ୍ଦ୍ର କୃଷି ମନ୍ତ୍ରୀ ସାଧାରଣ ସେବା କେନ୍ଦ୍ର ଦ୍ୱାରା ଆୟୋଜିତ ଫସଲ ବୀମା ଉପରେ ସାରା ଦେଶରେ କର୍ମଶାଳାଗୁଡିକର ଶୁଭାରମ୍ଭ କରିବେ।

- Advertisement -

ଗ୍ରାମ ବିକାଶ ମନ୍ତ୍ରଣାଳୟ ସହିତ ଡିଏୱାଇ – ଏନ୍ଆର୍ଏଲ୍ଏମ୍ ଅଧୀନରେ କୃଷି ପରିବେଶ ଏବଂ ପଶୁଧନ ଅଭ୍ୟାସ ଗୁଡିକ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ କରାଯିବ। ଏହି ସପ୍ତାହରେ ବାଣିଜ୍ୟ ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଉପରେ ଏକ ୱେବିନାର ଆୟୋଜିତ ଅନୁଷ୍ଠିତ ହେବ। ଏହି ସପ୍ତାହରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ, ମତ୍ସ୍ୟ ପାଳନ, ପଶୁପାଳନ ଏବଂ ଡେରୀ ମନ୍ତ୍ରଣାଳୟ ବିଭାଗ ଗୁଡିକର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଆଧାରିତ କର୍ମଶାଳା, ୱେବିନାର ଏବଂ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ କରିବ।

ଏହି ଅଭିଯାନରେ ସାରା ଦେଶରେ ଉଭୟ ପ୍ରତ୍ୟେକ୍ଷ ଏବଂ ଆଭାସୀ ମାଧ୍ୟମରେ ୧ କୋଟିରୁ ଅଧିକ କୃଷକ ଏବଂ ହିତାଧିକାରୀ ମାନେ ଅଂଶଗ୍ରହଣ କରିବାର ଆଶା ରହିଛି। ଏହି ଅଭିଯାନ ସମୟରେ ଭାରତୀୟ ସ୍ୱାଧୀନତାର ୭୫ତମ ବର୍ଷରେ କୃଷି ବିକାଶର ସ୍ୱତନ୍ତ୍ର ପଦକ୍ଷେପ ସବୁଜ ବିପ୍ଲବ : ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ଉଦ୍ୟାନ କୃଷି ଫସଲର ବୃହତ୍ ଉତ୍ପାଦକ – ଅଦା, ବନ୍ଧାକୋବି, ଆମ୍ବ ଏବଂ ଅମୃତଭଣ୍ଡା, ହଳଦିଆ ବିପ୍ଲବ; ମିଠା ବିପ୍ଳବ : ମହୁ ଉତ୍ପାଦନ, ଫସଲ ଜଳସେଚନରେ ଉନ୍ନତି, କୃଷି କ୍ଷେତ୍ରରେ ଆଇସିଟିର ବ୍ୟବହାର, କୃଷିରେ ରିମୋଟ ସେନ୍ସିଂ/ ଜିଆଇଏସ୍/ ଡ୍ରୋନ୍ର ପ୍ରୟୋଗ, କୃଷିରେ ବାୟୋଟେକ୍ନୋଲୋଜିର ପ୍ରଭାବ, ୱାଟରସେଡ୍ ବିକାଶ କାର୍ୟ୍ୟକ୍ରମର ସଫଳତା, ମଞ୍ଜି ଏବଂ ସାରରେ ଆତ୍ମନିର୍ଭରଶୀଳତା, ଚାଷ ଯାନ୍ତ୍ରିକୀକରଣରେ ବିକାଶ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, କୀଟନାଶକର ପ୍ରଭାବଶାଳୀ ପରିଚାଳନା ଭଳି ବିଭିନ୍ନ ଫ୍ଲାଗସିପ ସ୍କିମ୍ ଅନ୍ତର୍ଗତ କାର୍ୟ୍ୟକଳାପ ଏବଂ ସଫଳତା ଉପରେ ଆଲୋକପାତ କରାଯିବ।

ଏହାଛଡା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା – ପ୍ରତି ବୁନ୍ଦାରେ ଅଧିକ ଫସଲ, ପ୍ରଧାନମନ୍ତ୍ରୀ କୃଷକ ମାନଧନ ଯୋଜନା, କିଷାନ କ୍ରେଡିଟ୍ କାର୍ଡ, କୃଷି ଋଣ, ଇ-ଜାତୀୟ କୃଷି ବଜାର, କୃଷକ ଉତ୍ପାଦକ ସଙ୍ଗଠନ ସମୂହ, ମୃତିକା ସ୍ୱାସ୍ଥ୍ୟ କାର୍ଡ, ଜୈବିକ ଏବଂ ପ୍ରାକୃତିକ କୃଷି, ଉଦ୍ଭିଦ ସୁରକ୍ଷା ଏବଂ ଉଦ୍ଭିଦ କ୍ୱାରେଂଟିନ୍, ମହୁମାଛି ପାଳନ, ଫାର୍ମ ମେକାନାଇଜେସନ୍/ ଯାନ୍ତ୍ରିକୀକରଣ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ବିହନ ଏବଂ ରୋପଣ ସାମଗ୍ରୀ, ଉଦ୍ୟାନ କୃଷିର ସମନ୍ୱିତ ବିକାଶ ଉପରେ ମିଶନ, ବ୍ୟାପକ ସଂସ୍କାର ଓ ଆର୍କେଭିୱାଇ ରଫ୍ତାରଏଗ୍ରି ଷ୍ଟାର୍ଟ ଅପ୍ ଉପରେ ଆଲୋଚନା କରାଯିବ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories