www.samajalive.in
Monday, December 15, 2025
14.1 C
Bhubaneswar

ଧାମନଗର ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଓଡ଼ିଆ ଭାଷାର ସୁରକ୍ଷା ଓ ଅଗ୍ରଗତି ଶୀର୍ଷକ ଆଲୋଚନା ଚକ୍ର

ଦୋବଲ: ଆମର ଭାଷାଟିଏ ଥିଲା ବୋଲି ଆମେ ଭୂମିଟିଏ ପାଇଛୁ ଓ ଭାଷାଭିତ୍ତିକ ରାଜ୍ୟ ଗଠିତ ହେବା ସହ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ତେଣୁ ଓଡ଼ିଆ ଭାଷାରେ ଅଧ୍ୟନ ଓ ଗବେଷଣା ଉପରେ ଗୁରୁତ୍ୱ ଦେବାର ଆବଶ୍ୟତା ରହିଛି ବୋଲି ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଆ ଭାଷା ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ଧାମନଗର ମହାବିଦ୍ୟାଳୟ ମିଳିତ ସହଯୋଗରେ ରବିବାର ଧାମନଗର ମହାବିଦ୍ୟାଳୟ ସଭାଗୁହାରେ ଆୟୋଜିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି। ପ୍ରଥମେ ଛାତ୍ରଛାତ୍ରୀ, ବୁଦ୍ଧିଜୀବି ଓ ସାମ୍ବାଦିକ ମାନଙ୍କ ଦ୍ୱାରା ସଚେତନା ଶୋଭାଯାତ୍ରା ଧାମନଗର ବଜାର ପରିକ୍ରମା ପରେ ସଭା ଅନୁଷ୍ଠିତ ହୋଇଥିଲା।

ମହାବିଦ୍ୟାଳୟର ପ୍ରତିଷ୍ଠାତା ହୃଦାନନ୍ଦ ମଲ୍ଲିକ ଓ ଗଣେଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଅତିଥିମାନଙ୍କ ଦ୍ୱାରା ଆଲୋଚନା ଚକ୍ର ଉଦଘାଟନ ହୋଇଥିଲା। ଅଧକ୍ଷ ପବିତ୍ର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଡ଼ ମିହିର ଖୁଣ୍ଟିଆ, କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଡ଼ ସିପ୍ରା ମଲ୍ଲିକ, ଡ଼ ସୁବ୍ରତ କୁମାର ପୃଷ୍ଟି , ସ୍ତମ୍ଭକାର ଅଭୟ ଦ୍ଵବେଦୀ, କାଁହୁଚରଣ ପାଣିଗ୍ରାହୀ ଓ ଡ଼ ଲୋକନାଥ ସେଠୀ ଯୋଗ ଦେଇଥିଲେ। ପ୍ରାରମ୍ଭରେ ପ୍ରାଧ୍ୟାପକ ଅଜୟ କୁମାର ବେଜ ସ୍ୱାଗତ ଭାଷଣ ଓ ଅଧ୍ୟାପକ ବୈରାଗଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ମନୋଜ କର ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରସାନନ୍ଦ ମହାପାତ୍ର ବାସୁଦେବ ତ୍ରିପାଠୀ, ପ୍ରଦୀପ ମହାପାତ୍ର, ଅଭିଜିତ ନାୟକ, ହରେକୃଷ୍ଣ ନାୟକ, ହେମେନ୍ଦ୍ର ମହାନ୍ତି ଓ ଅନ୍ୟଅତିଥି ମାନେ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories