ଭିମ୍ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡକୁ ମିଳିପାରେ ପ୍ରୋତ୍ସାହନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛନ୍ତି । ଏହି ବୈଠକରେ କ୍ୟାବିନେଟ୍ ସଚିବ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀ ସାମିଲ ହେବେ । ବୈଠକରେ ଭିମ୍ ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡକୁ ପ୍ରୋତ୍ସାହନ ଦେବା ଉପରେ ଆଲୋଚନା ହେବ ।  ରୁପେ ଡେବିଟ୍ କାର୍ଡରେ ଏମଡିଆରର ଭାଲ୍ୟୁର ପୈଠ ଉପରେ ନିଷ୍ପତ୍ତି ହୋଇପାରେ । ପେଟିଏମ୍ ଉପରେ ରିଜର୍ଭ ବ୍ୟାଙ୍କର ରୋକ ପରେ ସରକାର ଡିଜିଟାଲ୍ ପୈଠ ପାଇଁ ଅନେକ ପଦକ୍ଷେପ ଉଠାଉଛନ୍ତି ।

ପ୍ରଧାନମନ୍ତ୍ରୀ ରୁପେ ଡେବିଟ୍ କାର୍ଡ ଏବଂ ଭିମ୍ ୟୁପିଆଇକୁ ପ୍ରୋତ୍ସାହନ ଦେବା ପାଇଁ ବୈଠକ ଡକାଇଛନ୍ତି । ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ରୁପେ ଡେବିଟ୍ କାର୍ଡ ପାଇଁ ଇନସଟିଭ୍ ସ୍କିମ୍ ଏବଂ ଭିମ୍ ୟୁପିଆଇକୁ ପ୍ରୋତ୍ସାହନ ଦେବା ପାଇଁ ବୈଠକ ଡକାଇଥିଲେ । ରୁପେ ଡେବିଟ୍ କାର୍ଡ ଉପରେ ଏମଡିଆରର ଭାଲ୍ୟୁକୁ କେମିତି ଭରଣା ହେବ ସେନେଇ ନିଷ୍ପତ୍ତି ନିଆଯିବ । ଏମଡିଆର୍ ନଲଗାଇବା ଯୋଗୁଁ ବ୍ୟାଙ୍କ ରୁପେ ଡେବିଟ୍ କାର୍ଡକୁ ପ୍ରମୋଟର କରୁନାହାଁନ୍ତି ।

Comments are closed.