www.samajalive.in
Sunday, December 7, 2025
14.1 C
Bhubaneswar

ପିଏମ୍‌ କିଷାନ୍ ଯୋଜନାର ୨ୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତି; ବାଦ୍‌ ପଡ଼ିବେ ରାଜନେତା, ଚାକିରିଆ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେବଳ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ। ଆର୍ଥିକ ସ୍ବଚ୍ଛଳ ବର୍ଗର ଲୋକଙ୍କୁ ବାଛି ବାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ହିତାଧିକାରୀ ତାଲିକା ପ୍ରଦାନ କରିବାକୁ କେନ୍ଦ୍ର ସରକାର କହିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ଶୁକ୍ରବାର କୃଷି ଭବନ ଠାରେ ଆୟୋଜିତ ଖରିଫ୍-୨୦୧୯ ରାଜ୍ୟସ୍ତରୀୟ ପ୍ରାକ୍ ମୌସୁମି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ସାହୁ ପିଏମ୍‌ କିଷାନ୍ ଯୋଜନାରେ ସାମିଲ ପାଇଁ ଜୁଲାଇ ୩୧ ତାରିଖ ସୁଦ୍ଧା ହିତାଧିକାରୀଙ୍କ ତାଲିକା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିବା ସୂଚନା ଦେଇଛନ୍ତି। ୨୦୧୧ କୃଷି ଜନଗଣନା ଅନୁସାରେ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଦ୍ବିତୀୟ ପର୍ଯ୍ୟାୟ ତାଲିକା ପ୍ରସ୍ତୁତି ସମୟରେ ବର୍ତ୍ତମାନ ଥିବା ଓ ପୂର୍ବତନ ଜିଲା ପରିଷଦ ସଭ୍ୟ କିମ୍ବା ତଦୂର୍ଦ୍ଧ ନିର୍ବାଚିତ ରାଜନେତା, ବିଭିନ୍ନ ବୃତ୍ତିରେ ନିୟୋଜିତ ଆର୍ଥିକ ସ୍ତରରେ ସ୍ବଚ୍ଛଳ ବ୍ୟକ୍ତି, ପେନସନଧାରୀ, ବଡ଼ ଚାଷୀ ଆଦିଙ୍କୁ ଏହି ତାଲିକାରୁ ବାଦ୍ ଦେବା ପାଇଁ କୁହାଯାଇଛି। ତେଣୁ ଏହି ପ୍ରକ୍ରିୟା ପାଇଁ ତାଲିକା ପ୍ରସ୍ତୁତିରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରୀ ସାହୁ କହିଥିଲେ ଯେ ପ୍ରଥମ ଦଫାରେ ପିଏମ୍‌ କିଷାନ ଯୋଜନାରେ ସାମିଲ ପାଇଁ ଆମେ ୧୨ ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ତାଲିକା ପ୍ରଦାନ କରିଥିଲୁ। ଏଥିମଧ୍ୟରୁ ୯ ଲକ୍ଷ ୩୬ ହଜାର ହିତାଧିକାରୀ ଏହି ଯୋଜନାରେ ସହାୟତା ପାଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ଲିଙ୍କ୍ ହୋଇ ନଥିବାରୁ ଅବଶିଷ୍ଟ ହିତାଧିକାରୀ ବାଦ୍ ପଡିଛନ୍ତି। ଅନ୍ୟପକ୍ଷରେ ଫଣିରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ତେବେ କେଉଁ ଜିଲାରେ କେଉଁ ପ୍ରକାର ଫସଲ ନଷ୍ଟ ହୋଇଛି ବିଭାଗ ପକ୍ଷରୁ ତାହାର ଆକଳନ କରାଯାଉଛି। ତାଲିକା ପ୍ରସ୍ତୁତ ହେବା ପରେ ଭିନ୍ନ ଭିନ୍ନ ଫସଲ, କୁକୁଡ଼ା ଚାଷୀ, ନଡ଼ିଆ ଚାଷୀ ଆଦିଙ୍କୁ ସହାୟତା ବଣ୍ଟନ ଆରମ୍ଭ ହେବ। ସମସ୍ତ ଜିଲାସ୍ତରୀୟ କୃଷି ଅଧିକାରୀଙ୍କୁ ନେଇ ଆଜି ଏଠାରେ ସେମାନଙ୍କର ଦାୟିତ୍ବ ସମ୍ପର୍କ​‌ରେ ଅବଗତ କରାଯିବା ସହ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ସମୀକ୍ଷା କରାଯାଇଛି ବୋଲି ମନ୍ତ୍ରୀ ଶ୍ର୍ରୀ ସାହୁ ସୂଚନା ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ଗଗନ ଧଳ, ଉଦ୍ୟାନକୃଷି ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ, ଓୟୁଏଟି କୁଳପତି ପ୍ରଫେସର ପୱନ ଅଗ୍ରୱାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories