www.samajalive.in
Sunday, December 7, 2025
26.1 C
Bhubaneswar

ପି.ଏମ୍‍-କେୟାର୍ସ ପାଣ୍ଠିରେ ପ୍ରତିଷ୍ଠା ହେବ ୧୬୨ଟି ମେଡିକାଲ୍‍ ଅକ୍ସିଜେନ୍‍ ଉତ୍ପାଦନ କାରଖାନା

ନୂଆଦିଲ୍ଲୀ : ଦେଶରେ ଆଉ ଅତିରିକ୍ତ ୧୬୨ଟି ମେଡିକାଲ୍‍ ଅକ୍ସିଜେନ୍‍ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପି.ଏମ୍‍-କେୟାର୍ସ ପାଣ୍ଠି ଟ୍ରଷ୍ଟରୁ ୨୦୧ କୋଟି ୫୮ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ମୋଟ ପ୍ରକଳ୍ପ ବାବଦ ଖର୍ଚ୍ଚ ମଧ୍ୟରେ ୧୩୭ କୋଟି ୩୩ ଲକ୍ଷ ଟଙ୍କା ଯୋଗାଣ ଓ କାରଖାନା ସ୍ଥାପନ ଏବଂ ସେଣ୍ଟ୍ରାଲ୍‍ ମେଡିକାଲ୍‍ ସପ୍ଲାଇ ଷ୍ଟୋର ପରିଚାଳନା ଫି’ ବାବଦରେ ଦିଆଯାଉଥିବାବେଳେ ୬୪ କୋଟି ୨୫ ଲକ୍ଷ ଟଙ୍କା ବାର୍ଷିକ ରକ୍ଷଣାବେକ୍ଷଣ ଠିକା ବାବଦରେ ଦିଆଯିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ୍‍ ମେଡିକାଲ୍‍ ସପ୍ଲାଇ ଷ୍ଟୋର ଦ୍ୱାରା ସଂଗ୍ରହ କାର୍ଯ୍ୟ କରାଯିବ। ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୫୪. ୧୯ ମେଟ୍ରିକ୍‍ ଟନ୍‍ ଉତ୍ପାଦନ କ୍ଷମତା ବିଶିଷ୍ଟ ୧୬୨ଟି କାରଖାନା ସ୍ଥାପନ
କରାଯିବ। ଏହି କାରଖାନାଗୁଡ଼ିକ ସ୍ଥାପନ ହେବାକୁ ଥିବା ସରକାରୀ ହସ୍ପିଟାଲ୍‍ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ପରାମର୍ଶ କରାଯାଇ ଚିହ୍ନଟ କରାଯାଇଛି। କାରଖାନାଗୁଡ଼ିକୁ ପ୍ରଥମ ୩ ବର୍ଷ ଲାଗି ୱାରେଣ୍ଟି ଦିଆଯିବ। ପରବର୍ତ୍ତୀ ୭ ବର୍ଷ ପାଇଁ ପ୍ରକଳ୍ପ ମଧ୍ୟରେ ବାର୍ଷିକ ରକ୍ଷଣାବେକ୍ଷଣ ଠିକାକୁ ସାମିଲ୍‍ କରାଯାଇଛି। ସମ୍ପୃକ୍ତ ରାଜ୍ୟ କିମ୍ବା
ହସ୍ପିଟାଲ୍‍ଗୁଡ଼ିକ ଦ୍ୱାରା ନିୟମିତ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ କରାଯିବ। ରକ୍ଷାଣାବେକ୍ଷଣ ଠିକା ଅତିବାହିତ ହୋଇଯିବା ପରେ ସମଗ୍ର ଉତ୍ପାଦନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ସମ୍ପୃକ୍ତ ରାଜ୍ୟ ଓ ହସ୍ପିଟାଲ୍‍ଗୁଡ଼ିକ ଦ୍ୱାରା କରାଯିବ।
ଏହି ବ୍ୟବସ୍ଥାଦ୍ୱାରା ଦେଶରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ଅଧିକ ମଜବୁତ୍‍ ହେବା ସହିତ ଶସ୍ତାରେ ମେଡିକାଲ୍‍ ଅକ୍ସିଜେନ୍‍ ଯୋଗାଣ ନିଶ୍ଚିତ ହୋଇପାରିବ। କୋଭିଡରେ ସଂକ୍ରମିତ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ୍‍ ଯୋଗାଣ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ତା’ଛଡ଼ା ଅନ୍ୟ ଯେଉଁ ରୋଗଗୁଡ଼ିକ ପାଇଁ ଅକ୍ସିଜେନ୍‍ର
ଆବଶ୍ୟକତା ପଡ଼ୁଛି, ତାହାର ପୂରଣରେ ଏହା ମଧ୍ୟ ସାହାଯ୍ୟ କରିବ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories