www.samajalive.in
Monday, December 8, 2025
27.1 C
Bhubaneswar

ପି.ଏମ୍‍-କେୟାର୍ସ ପାଣ୍ଠିରେ ପ୍ରତିଷ୍ଠା ହେବ ୧୬୨ଟି ମେଡିକାଲ୍‍ ଅକ୍ସିଜେନ୍‍ ଉତ୍ପାଦନ କାରଖାନା

ନୂଆଦିଲ୍ଲୀ : ଦେଶରେ ଆଉ ଅତିରିକ୍ତ ୧୬୨ଟି ମେଡିକାଲ୍‍ ଅକ୍ସିଜେନ୍‍ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ପି.ଏମ୍‍-କେୟାର୍ସ ପାଣ୍ଠି ଟ୍ରଷ୍ଟରୁ ୨୦୧ କୋଟି ୫୮ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ମୋଟ ପ୍ରକଳ୍ପ ବାବଦ ଖର୍ଚ୍ଚ ମଧ୍ୟରେ ୧୩୭ କୋଟି ୩୩ ଲକ୍ଷ ଟଙ୍କା ଯୋଗାଣ ଓ କାରଖାନା ସ୍ଥାପନ ଏବଂ ସେଣ୍ଟ୍ରାଲ୍‍ ମେଡିକାଲ୍‍ ସପ୍ଲାଇ ଷ୍ଟୋର ପରିଚାଳନା ଫି’ ବାବଦରେ ଦିଆଯାଉଥିବାବେଳେ ୬୪ କୋଟି ୨୫ ଲକ୍ଷ ଟଙ୍କା ବାର୍ଷିକ ରକ୍ଷଣାବେକ୍ଷଣ ଠିକା ବାବଦରେ ଦିଆଯିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ୍‍ ମେଡିକାଲ୍‍ ସପ୍ଲାଇ ଷ୍ଟୋର ଦ୍ୱାରା ସଂଗ୍ରହ କାର୍ଯ୍ୟ କରାଯିବ। ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୫୪. ୧୯ ମେଟ୍ରିକ୍‍ ଟନ୍‍ ଉତ୍ପାଦନ କ୍ଷମତା ବିଶିଷ୍ଟ ୧୬୨ଟି କାରଖାନା ସ୍ଥାପନ
କରାଯିବ। ଏହି କାରଖାନାଗୁଡ଼ିକ ସ୍ଥାପନ ହେବାକୁ ଥିବା ସରକାରୀ ହସ୍ପିଟାଲ୍‍ଗୁଡ଼ିକୁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ପରାମର୍ଶ କରାଯାଇ ଚିହ୍ନଟ କରାଯାଇଛି। କାରଖାନାଗୁଡ଼ିକୁ ପ୍ରଥମ ୩ ବର୍ଷ ଲାଗି ୱାରେଣ୍ଟି ଦିଆଯିବ। ପରବର୍ତ୍ତୀ ୭ ବର୍ଷ ପାଇଁ ପ୍ରକଳ୍ପ ମଧ୍ୟରେ ବାର୍ଷିକ ରକ୍ଷଣାବେକ୍ଷଣ ଠିକାକୁ ସାମିଲ୍‍ କରାଯାଇଛି। ସମ୍ପୃକ୍ତ ରାଜ୍ୟ କିମ୍ବା
ହସ୍ପିଟାଲ୍‍ଗୁଡ଼ିକ ଦ୍ୱାରା ନିୟମିତ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ କରାଯିବ। ରକ୍ଷାଣାବେକ୍ଷଣ ଠିକା ଅତିବାହିତ ହୋଇଯିବା ପରେ ସମଗ୍ର ଉତ୍ପାଦନ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ସମ୍ପୃକ୍ତ ରାଜ୍ୟ ଓ ହସ୍ପିଟାଲ୍‍ଗୁଡ଼ିକ ଦ୍ୱାରା କରାଯିବ।
ଏହି ବ୍ୟବସ୍ଥାଦ୍ୱାରା ଦେଶରେ ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ଅଧିକ ମଜବୁତ୍‍ ହେବା ସହିତ ଶସ୍ତାରେ ମେଡିକାଲ୍‍ ଅକ୍ସିଜେନ୍‍ ଯୋଗାଣ ନିଶ୍ଚିତ ହୋଇପାରିବ। କୋଭିଡରେ ସଂକ୍ରମିତ ଲୋକମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିରବଚ୍ଛିନ୍ନ ଭାବେ ଅକ୍ସିଜେନ୍‍ ଯୋଗାଣ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ତା’ଛଡ଼ା ଅନ୍ୟ ଯେଉଁ ରୋଗଗୁଡ଼ିକ ପାଇଁ ଅକ୍ସିଜେନ୍‍ର
ଆବଶ୍ୟକତା ପଡ଼ୁଛି, ତାହାର ପୂରଣରେ ଏହା ମଧ୍ୟ ସାହାଯ୍ୟ କରିବ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories