www.samajalive.in
Saturday, December 6, 2025
26.1 C
Bhubaneswar

୧୯ ସୁଦ୍ଧା ମହାକାଶରୁ ଫେରିବେ ସୁନିତା

ଫ୍ଲୋରିଡା : ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ଗୁରୁବାର କେନେଡି ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ବୋଲି ସ୍ଥିର ହୋଇଥିଲା। ତେବେ ଏହି ରକେଟର ହାଇଡ୍ରୋଲିକ୍‌ ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହେବା ଫଳରେ ଉତ୍‌କ୍ଷେପଣ ପ୍ରକ୍ରିୟା ଶୁକ୍ରବାରକୁ ସ୍ଥଗିତ ରଖାଯାଇଛି। ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍‌, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍‌ ଏହି ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିବେ। ଏମାନଙ୍କୁ ଆଇଏସଏସ ରେ ଛାଡିବା ପରେ ରକେଟ୍‌ ସୁନିତା ଓ ୱିଲମୋରଙ୍କୁ ନେଇ ମାର୍ଚ୍ଚ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବ ବୋଲି ନାସା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ସୁନିତା ଓ ୱିଲମୋର ଗତବର୍ଷ ଜୁନ୍‌ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସରେ ସାତ ଦିନ ରହିବା ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ସ୍ଥିର ହୋଇଥିଲା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ନାସା ବୈଜ୍ଞାନିକମାନେ ସୁନିତା ଓ ୱିଲମୋରଙ୍କ ଫେରନ୍ତା ଯାତ୍ରାକୁ ସ୍ଥଗିତ ରଖିଥିଲେ। ଫଳରେ କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନ ଆଣି ଷ୍ଟାରଲାଇନର ପୃଥିବୀପୃଷ୍ଠକୁ ଫେରିଥିଲା।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories