www.samajalive.in
Sunday, December 7, 2025
23.1 C
Bhubaneswar

ମୋଦୀଙ୍କ ପାଇଁ ହ୍ୱାଇଟ୍‌‌ ହାଉସରେ ସ୍ୱତନ୍ତ୍ର ସୁସ୍ୱାଦୁ ଭୋଜନ

ୱାଶିଂଟନ୍‌‌ : ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ। ହ୍ୱାଇଟ୍‌‌ ହାଉସକୁ ଆମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ହ୍ୱାଇଟ୍‌‌ ହାଉସରେ ‘ଷ୍ଟେଟ୍‌‌ ଡିନର୍‌‌’ରେ ରହିଛି ସୁସ୍ୱାଦୁ ଭୋଜନ।
ମସଲା ବାଜରା- ଏହା ବାଜରାରେ ତିଆରି ହୋଇଛି। ବାଜରାରେ ମସଲା ମିଶ୍ରିତ ଏହି ସ୍ୱତନ୍ତ୍ର ବ୍ୟଞ୍ଜନ ବେଶ ସ୍ୱାଦିଷ୍ଟ।
ମକା ସହ ଅନ୍ୟ କିଛି ପନିପରିବା ମିଶି ସ୍ୱତନ୍ତ୍ର ଶୈଳୀରେ ତିଆରି ହୋଇଛି ଗ୍ରିଲ୍ଡ ମକା ସାଲାଡ଼।
ତରଭୂଜରେ ପ୍ରସ୍ତୁତ ଏକ ମିଠା ଜାତୀୟ ଜିନିଷ।
ଏବୋକୋଡା ଓ କିଛି ସ୍ୱତନ୍ତ୍ର ମସଲାରେ ପ୍ରସ୍ତୁତ ଏକ ପ୍ରକାର ସସ୍‌‌, ଯାହାକୁ ଯେକୌଣସି ବ୍ୟଞ୍ଜନ ସହ ଖାଇପାରିବେ।
ଛତୁ(ମସରୁମ୍‌‌)ରେ ପନିପରିବାକୁ ପୁର ଭଳି ,ଚିଜ୍‌‌ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି ଷ୍ଟଫ ପୋର୍ଟେବେଲୀ ମସରୁମ୍‌‌।
କ୍ରିମି କେସର ଚାଉଳ
– ଏହା ଚାଉଳ ସହ କ୍ରିମ୍‌‌ରେ ପ୍ରସ୍ତୁତ ହୋଇଛି। ଏଥିରେ ମସରୁମ୍‌‌ ସହ ଅନ୍ୟ ପନିପରିବା ମଧ୍ୟ ରହିଛି। ଏହାସହ କେସର ଏହାର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଛି।
ନିମ୍ବୁ-ଡିଲ ଦହି ସସ୍‌‌-ଏହା ଲେମ୍ବୁ ଓ ଦହି ମିଶ୍ରଣରେ ପ୍ରସ୍ତୁତ ଏକ ପ୍ରକାର ସସ୍‌‌। ଏଥିରେ ରସୁଣ, ପିଆଜ ଭଳି ଅନ୍ୟ ଜିନିଷ ମଧ୍ୟ ବ୍ୟବହାର ହୋଇଛି। ଯେକୌଣସି ବ୍ୟଞ୍ଜନ ସହ ଏହାକୁ ଖାଇପାରିବେ।
ବାଜରା କେକ୍‌‌ – ମିଠା ମଧ୍ୟରେ ବାଜରା ଅଟାରେ ପ୍ରସ୍ତୁତ କେକ୍‌‌ ଖାଇବାକୁ ବେଶ ସ୍ୱାଦିଷ୍ଟ। ଡ୍ରାଏ ଫ୍ରୁଟ୍ସ ବ୍ୟବହାର ହୋଇଥିବାରୁ କେକ୍‌‌ର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଥାଏ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories