ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ପ୍ରଥମ ପର୍ଯ୍ୟାୟ ମେଧାତାଲିକା

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ନାତକ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇଛି। ସମସ୍ତ ୩ଟି ବର୍ଗରେ କଟଅଫ ମାର୍କରେ ରେଭନ୍ସା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ କଟ ଅଫ ମାର୍କ ୯୧.୧୭% ରହିଥିବାବେଳେ ପ୍ରାଣୀ ବିଜ୍ଞାନରେ କଟଅଫ ମାର୍କ ୯୩.୨୦% ରହିଛି। କଳାରେ ରେଭେନ୍ସା କଟ ଅଫ ମାର୍କ ୮୯.୬୭% ରହିଛି। ସେହିପରି ବାଣିଜ୍ୟରେ ରେଭେନ୍ସା କଟଅଫ ମାର୍କ ୮୮.୬୦% ରହିଥିବା ସୂଚନା ମିଳିଛି। ଇଣ୍ଟିଗ୍ରେଟେଡ୍ ଲ’ରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କଟ ଅଫ ମାର୍ର୍କ ୮୧% ଯାଇଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୨୬ରୁ ୨୯ ମଧ୍ୟରେ ନାମଲେଖା ପାଇଁ ରିପୋର୍ଟ କରିପାରିବେ।

ଛାତ୍ରଛାତ୍ରୀମାନେ ସେମାନଙ୍କ ମନୋନୀତ ମେଧାତାଲିକା ସାମ୍ସ ୱେବସାଇଟରୁ ପାଇପାରିବେ।

Comments are closed.