bjd gruha runa

ପ୍ଲାଷ୍ଟିକ ମୁକ୍ତ ହେବ ଆରଡିଧାମ: ଶୁଭାରମ୍ଭ କଲେ ଜିଲା ଦୈାରାଜଜ ଓ ଉପଜିଲାପାଳ

ସଚେତନତା ଶୋଭାଯାତ୍ରାରେ ଯୋଗ ଦେଲେ ଶତାଧିକ ଛାତ୍ରଛାତ୍ରୀ

BJD Bijuli 480×75 Mob

ଆରଡି: ପ୍ଲାଷ୍ଟିକ ମୁକ୍ତ ହେବ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳ ଆରଡିଧାମ। ଏପରି ମହତ କାର୍ୟ୍ୟ ପାଇଁ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ବିଭିନ୍ନ ସମୟରେ ଅନୁଷ୍ଠିତ ହେଉଥିବା ଜିଲା ସ୍ତରୀୟ ବୈଠକରେ ଆରଡି ପଞ୍ଚାୟତ, ମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କୁ ଙ୍କ ପରାମର୍ଶ ଦେଇଥିଲେ। ଏପରିକି ଜିଲାପାଳ ଶ୍ରୀ ଦାସଙ୍କ ପରାମର୍ଶ କ୍ରମେ ମଙ୍ଗଳବାର ଆରଡିଧାମକୁ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ପୀଠରେ ପରିମଳର ସୁଧାର ଆଣିବା ପାଇଁ ଆରଡି ପଞ୍ଚାୟତ ପକ୍ଷରୁ ଆୟୋଜିତ ସଚେତନତା ଶୋଭାଯାତ୍ରାକୁ ଜିଲା ଦୈାରାଜଜ ଶିଶିର ରଥ ଓ ଆଖଣ୍ଡଳମଣି ମନ୍ଦିରର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଶୋଭାଯାତ୍ରାରେ ବାବାମଣି ଡିଗ୍ରୀ ମହାବିଦ୍ୟାଳୟ, ଆଖଣ୍ଡଳମଣି ଯୁକ୍ତଦୁଇ ମହାବିଦ୍ୟାଳୟ ଓ ଆଖଣ୍ଡଳମଣି ନୋଡାଲ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ, ଆଶାକର୍ମୀଙ୍କ ସହ ବହୁ ସ୍ୱେଛାସବୀ ସଂଘଠନର କର୍ମୀ ଯୋଗ ଦେଇଥିଲେ। ଏହି ସଚେତନତା ଶୋଭାଯାତ୍ରା ଆରଡି ପଞ୍ଚାୟତ କାର୍ୟ୍ୟାଳୟରୁ ବାହାରି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ମଧ୍ୟରେ ଆଗନ୍ତୁକ ପର୍ୟ୍ୟଟକ ଓ ଜନସାଧାରଣମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଚେତନତା କରାଯିବା ସହିତ ମୁଖ୍ୟ ବଜାର ଓ ବସଷ୍ଟାଣ୍ଡ ଶୋଭାଯାତ୍ରା ପରିକ୍ରମା କରିଥିଲା। ଏହି ପରିକ୍ରମାରେ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ତଥା ଏନଏସଏସର ପୋଗ୍ରାମ ଅଫିସର ବିଜୟ କୁମାର ଦାଶ, ଆଖଣ୍ଡଳମଣି ଯୁକ୍ତଦୁଇ ମହାବିଦ୍ୟାଳୟ ଅଧ୍ୟାପକ ନରେନ୍ଦ୍ର ପଣ୍ଡା, ଆଖଣ୍ଡଲମଣି ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ସମାଜସେବୀ ଆଷିଶ ପାଢୀ, ଧୁଷୁରୀ ଥାନାଅଧିକାରୀ ପ୍ରଫୁଲ ସିଂ, ଆରଡି ଫାଣ୍ଡିଅଧିକାରୀ ପ୍ରଦୀପ ନାୟକ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆରଡି ସମିତିସଭ୍ୟାଙ୍କ ପ୍ରତିନିଧି ବିଭୁତି ପାଢୀ, ଜିଆରଏସ ସତ୍ୟରଞନ ପତି, ସମ୍ପାଦକ ସଂଜୟ ଦାସ, ସିଡିପିଓ, ଆରଡି ଆର.ଆଇ ଦେବାଷିଶ ରାୟଙ୍କ ସହ ବହୁ ଅଧିକାରୀ ଯୋଗ ଦେଇଥିଲେ।

Comments are closed.