ବାଙ୍କୀର ବିଭିନ୍ନ ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ

ତଳଭେଜିପୁଟ ଆଶ୍ରମ ବିଦ୍ୟାଳୟ

ବାଙ୍କୀ : ଜୁଲାଇ ମାସ ପହିଲାରୁ ବର୍ଷାର ଆଗମନରେ ବିଭିନ୍ନ ଶିକ୍ଷାନୁଷ୍ଠାନ,ମନ୍ଦିର ପରିସର ଓ ରାସ୍ତା ପାଖରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଡମପଡା ବ୍ଲକ ଅଧିନ ଅନୁସୂଚିତ ଜାତି ଓ ଜନଜାତି  ବିଭାଗ ପରିଚାଳନାରେ ଚାଲିଥିବା ଆଶ୍ରମ ବିଦ୍ୟାଳୟ ପରିସରରେ ଏକ ସଂକ୍ଷିପ୍ତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଜ୍ୟୋର୍ତିମୟୀ ସାହୁ, ସମିତି ସଭ୍ୟ ସଂଯୁକ୍ତା ବରାଳ, ଡମପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ସମାଜସେବୀ ରାଜକିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଂଜନ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ତତ୍ୱାବଧାରିକା ସହଯୋଗ କରିଥିଲେ।

ପାଥପୁର ଆଶ୍ରମ ବିଦ୍ୟାଳୟ

prayash

ସ୍ଥାନୀୟ ପାଥପୁର ଆଶ୍ରମ ବିଦ୍ୟାଳୟରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ପଦ୍ମନାଭ ରାଉତରାୟଙ୍କ ସଂଚାଳନରେ ଅନୁଷ୍ଠିତ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ତେବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡବ୍ଲୁ.ଇ.ଓ ରଶ୍ମିରାଣୀ ଦାସ, ଶିକ୍ଷା ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ଗୋଚ୍ଛାୟତ, ସହକାରୀ ଶିକ୍ଷକ ସଂଜୟ କୁମାର ନାୟକ, ସୁଜତା ରାଉତ, ସୁକାନ୍ତିଲତା ପୂର୍ତ୍ତି, ରଂଜନ କୁମାର ସ୍ୱାଇଁ, ତତ୍ୱାବଧାରିକା ମାଳବିକା ଜେନା ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ଲଗାଯାଉଥିବା ଚାରା ଗୁଡିକର ଯତ୍ନ ନେବା ପାଇଁ ବିଦ୍ୟାର୍ଥୀ ମାନେ ସପଥ ପାଠ କରିଛନ୍ତି ।

ଚମ୍ପତିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ


ସୋମବାର ଅପରାହ୍ନରେ ବାଙ୍କୀ-ଡମପଡା ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଚମ୍ପତିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକ ପ୍ରଫୁଲ୍ଲ କୁମାର ବେହେରା, ସିଆରସିସି ଦିଲ୍ଲିପ କୁମାର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପରିସର ମଧ୍ୟରେ ଚାରା ରୋପଣ କରିବା ସହିତ ପ୍ରତି ଚାରାର ଯତ୍ନ ନେବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ ସଚେତନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ପଣ୍ଡା, ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

kalyan agarbati

Comments are closed.