www.samajalive.in
Monday, December 8, 2025
13.1 C
Bhubaneswar

ଭାର ଉତ୍ତୋଳନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ମହିଳା ଦଳକୁ ରୌପ୍ୟ ପଦକ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପଞ୍ଜାବ ସ୍ଥିତ ଲୋଭଲି ପ୍ରଫେସନାଲ ୟୁନିଭରସିଟିଠାରେ ଚଳିତ ମାସ ୨୦ ଓ ୨୧ ତାରିଖରେ ଅନୁଷ୍ଠିତ ଉତ୍ତର-ପୂର୍ବାଞ୍ଚଳ ଅନ୍ତଃ ବିଶ୍ବବିଦ୍ୟାଳୟ ଭାର ଉତ୍ତୋଳନ ମହିଳା ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୌପ୍ୟ ପଦକ ହାସଲ କରିଛି l ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରିଙ୍କି ନାୟକ ୪୫ କେ.ଜି ବର୍ଗରେ ଭାଗ ନେଇଥିଲେ l ସେ ସ୍ନ୍ନlଚ ରେ ୬୩ କେ. ଜି ଏବଂ ଜାର୍କରେ ୮୧ କେ. ଜି ମୋଟ ୧୪୪ କେ. ଜି ଭାର ଉତ୍ତୋଳନ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବା କ୍ରୀଡ଼ା ପରିଷଦ ପକ୍ଷରୁ ସୂଚନା ମିଳିଛି l ମେନେଜର ବନିତା ଘଡେଇ, କୋଚ ଦାମିନୀ କୁମାରୀ ସାହୁ କ୍ରୀଡ଼ା ପରିଷଦକୁ ସୂଚନା ଦେଇଥିବା ଜଣାପଡିଛି l ପଦକ ହାସଲ କରିଥିବାରୁ କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ,କ୍ରୀଡ଼ା ପରିଷଦ ସମ୍ପାଦକ ଡ.ସାରଦା ପ୍ରସାଦ ସାହୁ,ରାଜେଶ ମହାନ୍ତି, ରବି ଚରଣ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories