www.samajalive.in
Monday, December 8, 2025
16.1 C
Bhubaneswar

ବିଦ୍ୟାବାଟିକାର ବାର୍ଷିକ କ୍ରୀଡା ଅନୁଷ୍ଠିତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଶ୍ରୀ ବିଦ୍ୟା ବାଟିକା ପରିସରରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖେଳ ଖେଳି ଆନନ୍ଦ ଅନୁଭବ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା ସମାଜସେବୀ ଭୀମସେନ ବଳ, ବିଜେପିର ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ମମତା ସିଂ, ସମ୍ଭବ ଫାଉଣ୍ଡେସନର ଚେୟାରମ୍ୟାନ ଲକ୍ଷ୍ମଣ ନାୟକ ଏବଂ ଶ୍ରୀ ଫାଉଣ୍ଡେସନର ଚେୟାରମ୍ୟାନ ଦିଲ୍ଲୀପ୍ କୁମାର ସାହୁ , ସମାଜସେବୀ ଅମର ସିଂ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟରର ଅଧ୍ୟକ୍ଷା ଗୁପ୍ତାଞ୍ଜଳି ନାୟକ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ସ୍ବାସ୍ଥ୍ୟ ରକ୍ଷା ଓ ପରିବେଶ ବିଷୟରେ କହିଥିଲେ। ଅଭିଭାବକ ଏବଂ ଅଭିଭାବିକାମାନଙ୍କ ପାଇଁ ମ୍ୟୁଜିକ ଚେୟାର ଖେଳ କରାଯାଇଥିଲା । ଯେଉଁଥିରେ ଅଭିଭାବକ ଏବଂ ଅଭିଭାବିକାମାନେ ଆନନ୍ଦ ଉପଭୋଗ କରିଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁବ୍ରତ ମୁଣ୍ଡା ଶୁଙ୍ଖଳିତ ଭାବରେ ଖେଳ ଗୁଡ଼ିକୁ କରିଥିଲେ। ବିଦ୍ୟାଳୟର ୟୁନିଟ୍ ମୁଖ୍ୟ ଶୁଭସ୍ମିତ ପରିଡ଼ା, ବିଦ୍ୟାଳୟ ର ଶିକ୍ଷୟତ୍ରୀ କୋଇଲି ବେହେରା, ଦେବସ୍ମିତା ସଏ, ଅସ୍ମିତା ମହାନ୍ତ, ରାନୁ ନାଏକ, ମିନତୀ ଥାଟୋଇ, ଲକ୍ଷ୍ମୀ ନାୟକ, ସୁନିତା ସାହୁ, ସଞ୍ଜୁ ନାୟକ, ଲିପିକା ପଲେଇ ଏବଂ ବିଦ୍ୟାଳୟର ଶିକ୍ଷକ ଦିତି ନାଏକ, ଶୁଭମଜ୍ୟୋତି ଗିରି ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories