www.samajalive.in
Monday, December 15, 2025
14.1 C
Bhubaneswar

ଗୋପବନ୍ଧୁଙ୍କ ସତ୍ୟବାଦୀର ବାର୍ଷିକ ସମାରୋହ, କଥାଶିଳ୍ପୀ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ପ୍ରଦାନ

ଡେସ୍କ: ବହୁଳ ପ୍ରସାରିତ ଲୋକପ୍ରିୟ ସାହିତ୍ୟ ପତ୍ରିକା ଗୋପବନ୍ଧୁଙ୍କ ସତ୍ୟବାଦୀର ଆଜି ନବମ ବାର୍ଷିକ ସମାରୋହ ଭୁବନେଶ୍ବର ଉତ୍କଳ ବିଶ୍ବବିଦ୍ୟାଳୟ ପରିସରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ରବିବାର ଅପରାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଲୋକସେବକ ମଣ୍ଡଳର ସଭାପତି ରାଜକୁମାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ଲବ୍ଧପ୍ରତିଷ୍ଠ କଥାଶିଳ୍ପୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କୁ ‘ସତ୍ୟବାଦୀ ସାରସ୍ୱତ ସମ୍ମାନ ୨୦୨୪’ ପ୍ରଦାନ କରାଯାଇଛି। ଏହି ଅବସରରେ ପ୍ରବନ୍ଧ ପାଇଁ ଡ. ବାବାଜୀ ଚରଣ ପଟ୍ଟନାୟକ, କବିତା ପାଇଁ ମମତା ଦାଶ, ଗଳ୍ପ ପାଇଁ ପ୍ରଫେସର ଶରତ ଚନ୍ଦ୍ର ଶତପଥୀ ଓ ଡ. ନାରାୟଣ ଚନ୍ଦ୍ର ଶତପଥୀ, ଶିଶୁ ଗଳ୍ପ ପାଇଁ ଡ. ରମେଶ ପତ୍ରୀ ଏବଂ ଶିଶୁ କବିତା ପାଇଁ ହରିହର ଶୁକ୍ଳଙ୍କୁ ସତ୍ୟବାଦୀ ସାହିତ୍ୟ ସମ୍ମାନ-୨୦୨୪ ପ୍ରଦାନ କରାଯାଇଥିଲା। ‘ସତ୍ୟବାଦୀ ସାରସ୍ୱତ ସମ୍ମାନ’ ସ୍ୱରୂପ ଏକ ଲକ୍ଷ ଟଙ୍କାର ପୁରସ୍କାର ସହ ଉପାୟନ ଏବଂ ‘ସତ୍ୟବାଦୀ ସାହିତ୍ୟ ସମ୍ମାନ’ ସ୍ୱରୂପ ସମ୍ମାନିତ ପ୍ରତିଭାଙ୍କୁ ଦଶ ହଜାର ଟଙ୍କା ଅର୍ଥରାଶି ସହିତ ଉପାୟନ ପ୍ରଦାନ କରାଯାଇଛି।

ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା, ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟବକ୍ତା ଭାବେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର ଏବଂ ସମ୍ମାନିତ ଅତିଥିଭାବେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିଷ୍ଠିତ ଦୈନିକ ‘ସମାଜ’ର ବିଶ୍ବସନୀୟତା ଓ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ଓଡ଼ିଆ ସାହିତ୍ୟ ଜଗତକୁ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

- Advertisement -

ଏହି ଅବସରରେ ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଆଚାର୍ଯ୍ୟ ସ୍ବାଗତ ଭାଷଣରେ ପତ୍ରିକାର ସଂଘର୍ଷପୂର୍ଣ୍ଣ ଯାତ୍ରା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ନିରଞ୍ଜନ ରଥ ଓ ରାଜେନ୍ଦ୍ର ଜେନା ମଞ୍ଚାସୀନ ଥିଲେ। ‘ସମାଜ’ର ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିତରକ ସମ୍ମାନରେ ପ୍ରଶାନ୍ତ କୁମାର ନାୟକ, ରବୀନ୍ଦ୍ର କୁମାର ପାତ୍ର, ପୁଣ୍ୟଶ୍ଲୋକ ଦାସ ଓ ଶ୍ରେଷ୍ଠ ବିଜ୍ଞାପନଦାତା ସମ୍ମାନରେ ରବୀନ୍ଦ୍ର କୁମାର ପାତ୍ର, ପତିତପାବନ ଭଦ୍ର ଓ ବିଜୟ କୁମାର ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାରସ୍ବତ ସ୍ରଷ୍ଟା, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories