www.samajalive.in
Tuesday, December 9, 2025
16.1 C
Bhubaneswar

ଦୁନିଆର ଏକମାତ୍ର କ୍ରିକେଟର, ଯାହାଙ୍କୁ ମିଳିଥିଲା ଫାଶୀ ଦଣ୍ଡ

ସମାଜ ଡିଜିଟାଲ ଡେସ୍କ: କ୍ରିକେଟ ଦୁନିଆରେ ଏପରି କିଛି କାହାଣୀ ରହିଛି ଯାହାକୁ ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହେବେ। ଏଭଳି ଏକ କାହାଣୀ ରହିଛି ୱେଷ୍ଟଇଣ୍ଡିଜ କ୍ରିକେଟର ଲେସଲି ହିଲଟନଙ୍କର। ଯିଏ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏହା ଶୁଣିବାକୁ ଅଡୁଆ ଲାଗୁଥାଇପାରେ, କିନ୍ତୁ ସତ୍ୟ ଘଟଣା।

ୱେଷ୍ଟଇଣ୍ଡିଜର ପୂର୍ବତନ ବୋଲର ହେଉଛନ୍ତି ଲେସଲି ହିଲଟନ। ୧୯୫୫ରେ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ସେ ୧୯୩୫ରେ ଇଂଲଣ୍ଡ ବିପକ୍ଷରେ ବ୍ରିଜଟାଉନ ଟେଷ୍ଟରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ୬ଟି ଟେଷ୍ଟ ମ୍ୟାଚରେ ୧୬ ଉଇକେଟ ଅକ୍ତିଆର କରିଥିଲେ।

- Advertisement -

କାହିଁକି କରିଥିଲେ ହତ୍ୟା ?

ହିଲଟନ ୧୯୪୨ରେ ଲର୍ଲିନ ରୋଜଙ୍କୁ ବିବାହ କରିଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ବେଶ୍‌ ଭଲ ଚାଲିଥିଲା। କିନ୍ତୁ ୧୯୫୪ରେ ଉଭୟଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା। ଲର୍ଲିନ ନିୟମିତ ଭାବେ ଡ୍ରେସ ତିଆରି ବ୍ୟବସାୟ କାର୍ଯ୍ୟରେ ନ୍ୟୁୟର୍କ ଯାଉଥିଲେ। ସେଠାରେ ସେ ଅନ୍ୟ ଜଣେ ବ୍ୟକ୍ତି ରୟ ଫ୍ରାନସିସଙ୍କ ସମ୍ପର୍କରେ ଆସିଥିଲେ। ଏହି ସମୟରେ ଘରେ ହିଲଟନଙ୍କୁ ଏକ ପତ୍ର ମିଳିଥିଲା, ଯାହାକୁ ପଢ଼ିବା ପରେ ହିଲଟନଙ୍କୁ ନିଜ ସ୍ତ୍ରୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜଣାପଡ଼ିଥିଲା। ଏହା ତାଙ୍କୁ ବହୁ ଆଘାତ ଦେଇଥିଲା। ଲର୍ଲିନ ନ୍ୟୁୟର୍କରୁ ଘରକୁ ଫେରିବା ପରେ ଉକ୍ତ ଚଠିକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ ଲର୍ଲିନ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଉଭୟଙ୍କ ସମ୍ପର୍କ କେବଳ ବନ୍ଧୁତ୍ଵ ସୀମିତ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ଫ୍ରାନସିସଙ୍କ ଅନ୍ୟ ଏକ ଚିଠି ହିଲଟନଙ୍କ ହାତରେ ପଡ଼ିଥିଲା, ଯାହାକୁ ନେଇ ସେ ଅତ୍ୟନ୍ତ ରାଗିଯାଇଥିଲେ। ପୁନର୍ବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ହିଲଟନ ଏକ ବନ୍ଧୁକରୁ ଲର୍ଲିନଙ୍କୁ ଗୁଳି କରି ହତ୍ୟା କରିଥିଲେ। ଲର୍ଲିନଙ୍କ ଶରୀରରୁ ୭ଟି ଗୁଳି ବାହାରିଥିଲା। ଏହି ମାମଲାରେ ୧୯୫୪ ଅକ୍ଟୋବର ୨୦ରେ କୋର୍ଟ ହିଲଟନଙ୍କୁ ପାଶୀ ଦଣ୍ଡାଦେଶ ଦେଇଥିଲେ। ୧୯୫୫ ମେ ୧୭ରେ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories