କଟକ: ବନ୍ଦେ ଉତ୍କଳ ଅନୁଷ୍ଠାନ ପକ୍ଷରୁ କଟକ ବଙ୍ଗାଳି ସାହି ସ୍ଥିତ ମା’ ଶାରଳା ସଦନ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ, ଜଗନ୍ନାଥଙ୍କ ଖୁଣ୍ଟିଆ ସେବକ, କବି ଚନ୍ଦନ ହଜୁରୀ ଓରଫ ଚାଖି ଖୁଣ୍ଟିଆଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ସ୍ତମ୍ଭକାର ପ୍ରତାପ ଚନ୍ଦ୍ର ସାମଲ, ଅଧ୍ୟାପକ ଡ଼କ୍ଟର ଜୟନ୍ତ କୁମାର ସ୍ୱାଇଁ, ଆଇନଜୀବୀ ଜ୍ୟୋତିନ୍ଦ୍ର ମହାନ୍ତି, ଆଇନଜୀବୀ ରାଜନାରାୟଣ ପଟ୍ଟନାୟକ, ବ୍ରଜ ଭୂଷଣ ସାହୂ, ଆଦ୍ୟାଶକ୍ତି ପ୍ରିୟା, ଆୟୁଷ୍ମାନ ସିଂହ ପ୍ରମୁଖ ଚାଖି ଖୁଣ୍ଟିଆଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭାପତି ଶ୍ରୀ ଦାସ ୧୮୫୭ ମସିହା ସିପାହୀ ବିଦ୍ରୋହରେ ଝାନ୍ସୀ ରାଣୀ ଲଷ୍ମୀ ବାଇ ଓ ତାଙ୍କ ସହଯୋଗୀ ଚନ୍ଦନ ହଜୁରୀଙ୍କ ଅବଦାନ ଭାରତ ଇତିହାସରେ ସ୍ମରଣୀୟ ହୋଇ ରହିଛି ବୋଲି କହିଥିଲେ।
Popular Categories



