www.samajalive.in
Sunday, December 14, 2025
23.1 C
Bhubaneswar

ରେଳ ଧାରଣା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଦେଇ ଯାଇଥିବା ରେଳ ଲାଇନର ଦେବାହାଳରୁ ବରଗଡ଼ ମଝିରେ ଖୁଣ୍ଟି ନମ୍ୱର ୫୯୮/୧୩ ନିକଟରେ ଅପ୍ ପଡାଉନ୍ ଲାଇନ୍ ମଝିରେ ସୋମବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ରେଲୱେ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦେବାହଲ ଷ୍ଟେସନ ମାଷ୍ଟର ସମ୍ବଲପୁର ରେଳୱେ ପୁଲିସକୁ ଏହି ଖବର ଦେବାପରେ ଅପରାହ୍ନ ପ୍ରାୟ ୪ ଟାରେ ସମ୍ବଲପୁର ରେଲୱେ ପୁଲିସ ଏଏସଆଇ ଜ୍ୟୋତ୍ସ୍ନା ମହାନ୍ତି, କନଷ୍ଟେବଳ ଏସ ଏସ ଶେଖର ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଥିଲେ। ଯୁବକଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ମୃତ ଯୁବକଙ୍କ ଶରୀରରେ ଗୋଟିଏ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ୍, ଧଳା ସାର୍ଟ ଓ କଳା ରଙ୍ଗର ଗୋଟିଏ ସ୍ୱେଟର ରହିଛି।ତାଙ୍କର ବାମ ପଟରେ ଆଘାତ ହୋଇଛି। ତାଙ୍କ ପାଖରେ ଏମିତି କୌଣସି ଜିନିଷ ନାହିଁ, ଯେଉଁଥିରୁ ତାଙ୍କର ପରିଚୟ ମିଳିପାରିବ।ତେଣୁ ତାଙ୍କର କିଛି ଠିକଣା ଏଯାଏ ଜଣାପଡ଼ି ନାହିଁ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ୯୬ ଘଣ୍ଟା ଶବ ଗୃହରେ ରଖାଯିବ। ଏହି ସମୟ ଭିତରେ ଯଦି ତାଙ୍କର କେହି ପରିଚିତ ବ୍ୟକ୍ତି ଆସନ୍ତି, ତେବେ ତାଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ୯୬ ଘଣ୍ଟା ଭିତରେ କେହି ପରିଚିତ ନ ଆସିଲେ ତା’ ପରେ ଶବ ସତ୍କାର ପୁଲିସ ଦ୍ବାରା କରାଯିବ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories