ମହାକୁମ୍ଭରେ କେନ୍ଦୁଝର ଜିଲା ଆଦିତ୍ୟ ବାହିନୀର ସେବା କାର୍ଯ୍ୟ

ପାଟଣା : ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଦ୍ଵାରା ପରିଚାଳିତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ମହାକୁମ୍ଭରେ ସେବା କାର୍ଯ୍ୟ କରାଯାଉଛି। ଉତ୍ତରପ୍ରଦେଶର ପ୍ରୟାଗ ରାଜଠାରେ ୧୪୪ ବର୍ଷରେ ଥରେ ପଡୁଥିବା ମହାକୁମ୍ଭ ଯାତ୍ରାରେ ପୁରୀ ଗୋବର୍ଦ୍ଧନ ମଠ ଦ୍ଵାରା ପରିଚାଳିତ କେନ୍ଦୁଝର ଜିଲ୍ଲାର ଆଦିତ୍ୟ ବାହିନୀ ଏବଂ ଆନନ୍ଦ ବାହିନୀର ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ମହାନ୍ତଙ୍କ ନେତୃତ୍ୱରେ ରଞ୍ଜନ କୁମାର ବାରିକ ଏବଂ କେନ୍ଦୁଝର ଜିଲ୍ଲା ଆଦିତ୍ୟ ବାହିନୀ/ଆନନ୍ଦ ବାହିନୀର ମିଡିଆ ସେଲର କିଶୋର ଚନ୍ଦ୍ର ମହାନ୍ତଙ୍କ ସହଯୋଗରେ କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ଵର, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ରାୟଗଡା, ଏବଂ ବିଭିନ୍ନ ଜିଲାରୁ ୫୦୦ ରୁ ଉର୍ଦ୍ଧ୍ବ ଆଦିତ୍ୟ ବାହିନୀର କର୍ମକର୍ତ୍ତା ମାନେ ବିଭିନ୍ନ ସେବା କରୁଛନ୍ତି। ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭ କାର୍ଯ୍ୟକ୍ରମ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ସେଠାରେ ବିଭିନ୍ନ ସାମାଜିକ ସେବା ଆଦିତ୍ୟବାହିନୀ ଦ୍ୱାରା କରାଯାଉଛି। ଏହି ସେବା ମହାକୁମ୍ଭ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆଦିତ୍ୟବାହିନୀର ମୁଖ୍ୟ ପ୍ରହ୍ଲାଦ ମହାନ୍ତ ସୂଚନା ଦେଇଛନ୍ତି। ସ୍ୱଚ୍ଛତା ଓ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ ଆଦି କାର୍ଯ୍ୟ ସହିତ ଅନ୍ୟାନ୍ୟ ସେବାରେ ଆଦିତ୍ୟବାହିନୀର ସେବକମାନେ ସେବା କରୁଛନ୍ତି। ଏହି ସେବାକାର୍ଯ୍ୟରେ ଆଦିତ୍ୟବାହିନୀର ମୁଖ୍ୟ ପ୍ରହଲ୍ଲାଦ ମହାନ୍ତ, ଚନ୍ଦ୍ରମଣି ନାଏକ,ସାଗର ମହାନ୍ତି, ରଞ୍ଜନ କୁମାର ବାରିକ, ଦୁର୍ଯ୍ୟୋଧନ ମହାନ୍ତ, ହୃଷିକେଶ ନାୟକ, ହର୍ଷ କୁମାର ବାରିକ, ବାଲ୍ମୀକି ମହାନ୍ତ, ଭାସ୍କର ପାଇଦା, ସତ୍ୟଜିତ ବେଜ,କୁନ୍ତଳା ମହାନ୍ତ, ଦୀପକ ମହାନ୍ତ, ପ୍ରମୁଖଙ୍କ ସହିତ ଶତାଧିକ କର୍ମକର୍ତ୍ତା ମହାକୁମ୍ଭ ମେଳାରେ ଯୋଗଦେଇ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

kalyan agarbati

Comments are closed.