www.samajalive.in
Monday, December 15, 2025
15.1 C
Bhubaneswar

ଶପଥ ନେବା ପୂର୍ବରୁ ଏମିତି କହିଲେ ଟ୍ରମ୍ପ୍

ନୂଆଦିଲ୍ଲୀ : ଆମେରିକାରେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଶପଥଗ୍ରହଣର ପୂର୍ବ ସନ୍ଧ୍ୟାରେ ନିଜ ସମର୍ଥକ ଓ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ସେ ଆମେରିକା ସାମ୍ନା କରୁଥିବା ସବୁ ସମସ୍ୟାର ସମାଧାନ କରିବା ପାଇଁ ତୀବ୍ର ଗତିରେ କାର୍ଯ୍ୟ କରିବେ । ସେ କ୍ୟାପିଟାଲ୍ ଓ୍ବନ ଏରିନା ଷ୍ଟାଡିୟମରେ ନିଜ ସମର୍ଥକଙ୍କୁ କହିଛନ୍ତି କି ‘କାଲିଠୁ ମୁଁ ଦୃଢତାର ସହ କାମ କରିବି । ଏହା ସହିତ ଆମ ଦେଶ ଆଗରେ ଠିଆ ହେଉଥିବା ସବୁ ସମସ୍ୟାର ସମାଧାନ କରିବି ।’

ଟ୍ରମ୍ପଙ୍କ ବିଜୟର ଉତ୍ସବରେ କ୍ୟାପିଟାଲ ଓ୍ବନ ଏରିନା ଷ୍ଟାଡିୟମରେ ‘ମେକ୍ ଆମେରିକା ଗ୍ରେଟ୍’ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଷ୍ଟାଡିୟମରେ ୨୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ଟ୍ରମ୍ପ ଗତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ହରାଇ ଦମଦାବର ବିଜୟ ଲାଭ କରିଥିଲେ । ଏହା ସହ ୪ ବର୍ଷ ପରେ ରାଷ୍ଟ୍ରପତି ରୂପେ ଶପଥ ନେବାକୁ ଥିବା ଆମେରିକା ଇତିହାସର ଦ୍ବିତୀୟ ବ୍ୟକ୍ତି ପାଲଟିଯାଇଛନ୍ତି । ଶନିବାର ସେ ୟୁଏସ୍ କ୍ୟାପିଟାଲ(ସଂସଦ ଭବନ ପରିସର)ରେ ପହଞ୍ଚି ନିଜ ସମର୍ଥକଙ୍କୁ ସମ୍ବୋନ୍ଧିତ କରିଥିଲେ ଏବଂ ଏହାକୁ ସେ ବିଜୟ ରାଲି ନାଁ ଦେଇଥିଲେ । ଏହି ଅବସରରେ ସେ କହିଥିଲେ କି ‘ କାର୍ଯ୍ୟଭାର ନେବା ପୂର୍ବରୁ ହିଁ ପରିଣାମ ସ୍ପଷ୍ଟ ନଜର ଆସୁଛି । ସମସ୍ତେ ଏହାକୁ ଟ୍ରମ୍ପ ପ୍ରଭାବ କହୁଛନ୍ତି । କିନ୍ତୁ ଏହା ଆପଣମାନଙ୍କ (ଆମେରିକାବାସୀଙ୍କ) ପ୍ରଭାବ । ମୁଁ ଦୃଢତାର ସହ କାମ କରିବି । ଦେଶ ସାମ୍ନା କରୁଥିବା ସବୁ ସମସ୍ୟାର ସମାଧାନ କରିବି । ’

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories