କଲମ ଦେଖାଇ ବିମାନ ଅପହରଣ ଉଦ୍ୟମ

0

ବେଜିଂ : ଏୟାର ଚାଇନାର ଏକ ବିମାନକୁ ଅପହରଣ କରିବା ଉଦ୍ୟମ୍‌ ହୋଇଛି। ରବିବାର ଏୟାର ଚାଇନାର ବିମାନ ସିଏ ୧୩୫୦ ସ୍ଥାନୀୟ ସମୟ ସକାଳ ୮ଟା ୪୦ରେ ହୁନାନ ପ୍ରଦେଶର ଚାଙ୍ଗସା ବିମାନରୁ ବେଜିଂ ଅଭିମୁଖେ ଉଡାଣ ଆରମ୍ଭ କରିଥିବାବେଳେ ଜଣେ ଯାତ୍ରୀ ଏହାକୁ ଅପହରଣ ପାଇଁ ଉଦ୍ୟମ କରିଥିଲେ। ଚୀନ ବେସାମରିକ ବିମାନ ଚଳାଚଳ ପ୍ରଶାସନ ଅନୁଯାୟୀ ଯାତ୍ରୀ ଜଣକ ଯାତ୍ରୀ ଜଣଙ୍କ ବିମାନର ଜଣେ ପରିଚାରିକାଙ୍କୁ ଏକ କଲମ ଦେଖାଇ ପଣବନ୍ଦୀ ରଖିବାକୁ ଉଦ୍ୟମ କରିଥିଲେ। ଯାତ୍ରୀଙ୍କ ଏପରି କାର୍ଯ୍ୟ ଦେଖି ବିମାନଟିକୁ ଝେଙ୍ଗଝୌ ଜିନଜେଙ୍ଗ ଆନ୍ତର୍ଜାତିକ ବିମାନରେ ଜରୁରୀ ଅବତରଣ କରିଥିଲା। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ। ପ୍ରାଥମିକ ତଦନ୍ତ ଅନୁଯାୟୀ ଯାତ୍ରୀ ଜଣଙ୍କ ମାନସିକ ଅନଗ୍ରସର ଥିବା ଜଣାଯାଇଛି।

Leave A Reply