www.samajalive.in
Monday, December 15, 2025
24.1 C
Bhubaneswar

ବିବିଧତା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ-ରାଜ୍ୟପାଳ

ପିପିଲି: ବିବିଧତା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ଏହି ଦେଶରେ ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ଏକତା ସୂତ୍ରରେ ବାନ୍ଧିଅଛି ଭାରତର ସମ୍ବିଧାନ ଓ ସଂହିତା। ରାଷ୍ଟ୍ର ନିର୍ମାଣ ଦିଗରେ ସମସ୍ତେ କାର୍ଯ୍ୟ କରିବା ଦରକାର ଓ ଖ୍ରୀଷ୍ଟୀୟ ମାନେ ନିଜର କାର୍ଯ୍ୟ ମାଧ୍ୟମରେ ଉଦାହରଣ ସୃଷ୍ଟି କରିବା ଦରକାର। କର୍ମ, ଆଚରଣ ଓ ଉଚ୍ଚାରଣରେ ଖ୍ରୀଷ୍ଟ ଧର୍ମର ସେବା, ଦୟା ଓ କରୁଣାର ଭାବ ପ୍ରତିଫଳିତ ହେବା ଦରକାର। ପିପିଲି ବାପ୍‌ଟିଷ୍ଟ ଚର୍ଚ୍ଚ ଅଧିନ ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତିର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ମହାମହିମ ରାଜ୍ୟପାଳ ଡ଼ ଏସ୍‌.ସି ଜମିର ଏହା ପ୍ରକାଶ କରିଛନ୍ତି।

ପିପିଲି ବାପ୍‌ଟିଷ୍ଟ ଚର୍ଚ୍ଚର “ସମାଜ ଗୃହ’ ପରିସରରେ ଆୟୋଜିତ ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଶୁକ୍ରବାର ସଂନ୍ଧ୍ୟାରେ ରାଜ୍ୟପାଳ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ସଭାରେ ଦରିଦ୍ର ଜନତାର ସେବା, ଅନ୍ୟାୟ ବିରୋଧରେ ସଂଗ୍ରାମ, ଶୁଦ୍ଧତା ଓ ସାଧୁତାର ଅବଲମ୍ବନ, ସଂକୀର୍ଣ୍ଣ ଲୋଭରୁ ମୁକ୍ତ ହୋଇ ସମାଜର ବୃହତ୍ତର କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ଖ୍ରୀଷ୍ଟ ଧର୍ମାବଲମ୍ବିମାନେ ଦେଶରେ ସଂଖ୍ୟାଲଘୁ ହୋଇଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉକôର୍ଷତା ହାସଲ କରି ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବାକୁ ସେ ଆହ୍ୱାନ ଦେଇଥିଲେ। ସମିତିର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଏହି ଅବସରରେ ପିପିଲି ଚର୍ଚ୍ଚର ଫାଦର ରେଭମେଣ୍ଟ ମୋଷା ପାଣି ସ୍ୱାଗତ ପ୍ରାର୍ଥନା ପାଠ କରିଥିବା ବେଳେ ପିପିଲି ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତିର ସଂପାଦକ ସୁଶିଲ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଗୋଆ ବାଇବେଲ୍‌ କଲେଜ ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ରେଭରେଣ୍ଟ ସୁନିଲ ଫ୍ରାନସିସ୍‌, ବିଶ୍ୱ ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତିର ଟ୍ରଷ୍ଟି ଡ଼ ବିଦ୍ୟୁତ କୁମାର ପ୍ରମାଣିକ ନିଜ ବକ୍ତବ୍ୟ ରଖିଥିବା ବେଳେ ପିପିଲି ଚର୍ଚ୍ଚର ସଂପାଦକ ରାଜକିଶୋର ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତିର ଟ୍ରଷ୍ଟି ଡ଼ ସୁରେନ୍ଦ୍ର କୁମାର ସାହୁ ଶେଷରେ ପ୍ରାର୍ଥନା କରିବା ପରେ ସଭା ସାଙ୍ଗ ହୋଇଥିଲା। ଏହି ଅବସରରେ ରାଜ୍ୟପାଳଙ୍କୁ ସମିତି ପକ୍ଷରୁ ସଂବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ଭାରତର ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତିର ଟ୍ରଷ୍ଟି ପୂର୍ଣ୍ଣାନନ୍ଦ ପ୍ରଧାନ, ଓଡିଶା ଖ୍ରୀଷ୍ଟୀୟ ଉଦ୍‌ଯୋଗ ସମିତିର ସଂପାଦକ ସାଗର ଦାସ, ପୁରୀ ଜିଲା ଖ୍ରୀଷ୍ଟୀୟ ଉଦଯୋଗ ସମିତିର ସଂପାଦକ ଆଶିଷ ଦାସ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମିତିର ସଭ୍ୟ ସୁରଜ ଦାସ, ସାମୁଏଲ ଦାସ, ରାଜକୁମାର ପ୍ରମାଣିକ, ଆଶିଷ ଦାସ, ସୁବୋଧ ସାହୁ, ସଞ୍ଜୟ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ସମିତି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଉପଭୋଗ କରିଥିଲେ। ରାଜ୍ୟପାଳଙ୍କ ଏହି ଗସ୍ତପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୁରୀ ପିଡି ଡିଆର୍‌ଡିଏ ଉଦ୍ଧବ ଚରଣ ମାଝି, ପିପିଲି ଏସ୍‌ଡିପିଓ ଦିଲିପ ତ୍ରିପାଠୀ, ଆଇଆଇସି ଶରତ କୁମାର ସାହୁ, ବିଡିଓ ଶ୍ୟାମସୁନ୍ଦର ଟୁଡୁ, ଅତିରିକ୍ତ ତହସିଲଦାର ଇପ୍‌ସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories