ବିଦ୍ୟୁତ୍‌‌ ବିଭାଗର ୨ଜଣ ଯନ୍ତ୍ରୀଙ୍କୁ ଆକ୍ରମଣ ଅଭିଯୋଗ, ପୁଲିସରେ ମାମଲା ରୁଜୁ

ପିପିଲି :ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଯନ୍ତ୍ରୀଙ୍କୁ ଶୁକ୍ରବାର ମାଡ ମରାଯିବା ସହ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଆସବାବପତ୍ର  ଫିଙ୍ଗା ଫୋପଡା କରାଯାଇଥିବା ନେଇ ପୁଲିସରେ ଅଭିଯୋଗ ହୋଇଛି। ଏ ନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଦାବିରେ ବିଭାଗୀୟ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଜଣାଯାଇଛି।

ପିପିଲି ବିଦ୍ୟୁତ୍‌‌ ବିଭାଗ କାର୍ଯ୍ୟାଳୟରେ ସେକ୍ସନ-୨ର ଯନ୍ତ୍ରୀ କଲ୍ୟାଣ ସୁତ୍ରଧର କାର୍ଯ୍ୟରତ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌‌ ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତିଙ୍କ ଘରକୁ ବିଦ୍ୟୁତ୍‌‌ ସଂଯୋଗ କରିବାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳର ଜଣେ ଯୁବନେତା ବିଭାଗୀୟ ଯନ୍ତ୍ରୀ କଲ୍ୟାଣ ସୁତ୍ରଧରଙ୍କୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଚ କରି ଧମକଚମକ ଦେବା ସହ ତାଙ୍କୁ ଆକ୍ରମଣ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ (ବାଣିଜ୍ୟ) ରାକେଶ ବେହେରା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଶ୍ରୀବେହେରାଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଏହାପରେ କାର୍ଯ୍ୟାଳୟ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଫୋପଡା ଫିଙ୍ଗା କରାଯାଇଥିବା ସଂପର୍କରେ ଯନ୍ତ୍ରୀ ଶ୍ରୀସୁତ୍ରଧର ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିପିଲି ଏସ୍‌‌ଡିପିଓ ବିରଞ୍ôଚ ନାରାୟଣ ପତି ସୂଚନା ଦେଇଛନ୍ତି। ତେବେ, ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଓ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟୁତ୍‌‌ ବିଭାଗର ସମସ୍ତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇବା ସହ କାର୍ଯ୍ୟାଳୟ ମଧ୍ୟରେ ଧାରଣାରେ ବସିଛନ୍ତି। ବିଦ୍ୟୁତ୍‌‌ ବିଭାଗର ପିପିଲି ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁ ସେମାନଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି। ପିପିଲି ଥାନା ଏସ୍‌‌ଆଇ ମମତା ବିଶ୍ୱାଳ ଓ ରାଜନ ବିଶୋଇ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ସୂଚନା ମିଳିଛି।

Comments are closed.