www.samajalive.in
Monday, December 8, 2025
14.1 C
Bhubaneswar

ପୁଲିସକୁ ଦୁର୍ବ୍ୟବହାର ଅଭିଯୋଗରେ ଯୁବକ ଅଟକ

ପିପିଲି: ଗଣେଶ ମେଢ ଭସାଣୀ ଶୋଭାଯାତ୍ରା ବେଳେ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ କେତେକ ମଦ୍ୟପ ଯୁବକ ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି। ସାତଶଙ୍ଖ ବଜାରରେ ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଜଣେ ଗଣ୍ଡଗୋଳକାରୀ ଯୁବକକୁ ଥାନାରେ ଅଟକ ରଖିଛି।
ପ୍ରାପ୍ତ ସୂଚନା ଅନୁସାରେ, ନିକଟବର୍ତ୍ତି ଏକ ଗ୍ରାମର ଗଣେଶ ମେଢ ଭସାଣୀ ଶୋଭାଯାତ୍ରା ଶୁକ୍ରାବାର ସାତଶଙ୍ଖ ବଜାର ଅତିକ୍ରମ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଭସାଣୀ ଶୋଭାଯାତ୍ରାରେ ବେଆଇନ ଭାବେ ଡିଜେ ବଜାଇ କେତେକ ମଦ୍ୟପ ଯୁବକ ରାସ୍ତାକୁ ଅବରୋଧ କରି ନାଚ କରୁଥିବାରୁ ଗୁରୁତର ଟ୍ରାଫିକ୍‍ ସମସ୍ୟା ଉପୁଜିଥିଲା। ଏହି ସମୟରେ ପିପିଲି ଆଇଆଇସି ଶରତ କୁମାର ସାହୁ ପୁରୀରୁ ପିପିଲିକୁ ଫେରୁଥିଲେ। ଶ୍ରୀସାହୁ ସେଠାରେ ଅଟକି ଶାନ୍ତିଶୃଙ୍ଖଳାର ସହ ଟ୍ରାଫିକ୍‍ ଜାମ୍‍ ନକରି ଶୋଭାଯାତ୍ରା କରିବାକୁ ଶୋଭାଯାତ୍ରାକାରୀ ଯୁବକମାନଙ୍କୁ ବୁଝାଇଥିଲେ। ତେବେ ପ୍ରଚୁର ମଦ୍ୟପାନ କରିଥିବା କେତେକ ଯୁବକ ପୁଲିସକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଆଇଆଇସି ଶ୍ରୀସାହୁଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର କରିଥିଲେ। ପୁଲିସ ଭ୍ୟାନ୍‍ର ଡ୍ରାଇଭରକୁ ସେମାନେ ଗାଳିଗୁଲଚ କରିବା ସହ ଠେଲାପେଲା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଗଣ୍ଡଗୋଳକାରୀ ଯୁବକଙ୍କ ମଧ୍ୟରୁ ଜଣକୁ ଥାନାରେ ଅଟକ ରଖିଛି। ଏନେଇ ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ଓ ଅନ୍ୟ ଗଣ୍ଡଗୋଳକାରୀ ଯୁବକଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ସମ୍ପର୍କରେ ଆଇଆଇସି ଶ୍ରୀସାହୁ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories