www.samajalive.in
Tuesday, December 9, 2025
26.1 C
Bhubaneswar

ଆର୍‌‌ଏସ୍‌‌ଏସ୍‌‌ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳନ

ପିପିଲି: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ପିପିଲି ପ୍ରଖଣ୍ଡ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ଅବସରରେ ସ୍ଥାନୀୟ ଦାଣ୍ଡମୁକୁନ୍ଦପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନବବର୍ଷ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଆଦ୍ୟ ସରସଂଘ ଚାଳକଙ୍କୁ ପ୍ରଣାମ ଦିଆଯିବା ସହ ସେଠାରେ ଏକ ପୂର୍ଣ୍ଣାବୟବ ଅଖଣ୍ଡ ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରାଯାଇଥିଲା।

ସ୍ୱାମୀ ପ୍ରଣାରୂପାନନ୍ଦ ସରସ୍ୱତୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନିଜର ଆର୍ଶୀବଚନ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବରିଷ୍ଠ ସ୍ୱୟଂସେବକ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଭାରତର ଗୌରବମୟ ଇତିହାସର ଗାରିମା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଭିନ୍ନ ବୈଜ୍ଞାନିକ ତଥ୍ୟ ମାଧ୍ୟମରେ ହିନ୍ଦୁ ନବବର୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଶ୍ରୀ ମିଶ୍ର ଆଲୋକପାତ କରିଥିଲେ। ବରିଷ୍ଠ ସ୍ୱୟଂ ସେବକ ଡାକ୍ତର ଭିକାରୀ ଦାସ, ଯୋଗଗୁରୁ ବଂଶୀଧର ସାହୁ, ପ୍ରସନ୍ନ ଦାସ, ବଂଶୀଧର ଦାସଙ୍କ ସମେତ ପିପିଲି ଅଞ୍ଚଳର ଶତାଧିକ ସ୍ୱୟଂ ସେବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories